ETV Bharat / bharat

ହାଲ ନିର୍ମାଣ କରିବ ହାଲୁକା ତେଜସ ଯୁଦ୍ଧ ବିମାନ

author img

By

Published : Sep 6, 2019, 9:30 PM IST

83 ଟି ହାଲୁକା ତେଜସ ଯୁଦ୍ଧ ବିମାନ(ଏଲସିଏ) ନିର୍ମାଣ କରିବା ପାଇଁ ଏଚଏଏଲକୁ 45 ହଜାର କୋଟିର ବରାଦ ମିଳିବ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ହାଲୁକା ତେଜସ ଯୁଦ୍ଧ ବିମାନ(ଏଲସିଏ) ନିର୍ମାଣ କରିବ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚଏଏଲ) । ପ୍ରତିରକ୍ଷା ମନ୍ତ୍ରାଳୟ 83 ଟି ତେଜସ ନିର୍ମାଣ ପାଇଁ ଏଚଏଏଲକୁ 45 ହଜାର କୋଟିର ବରାଦ ଦେବ ବୋଲି ଜଣାପଡିଛି । ତେବେ ବାୟୁସେନା 2 ବର୍ଷ ପୂର୍ବରୁ 83 ଟି ତେଜସ ବିମାନ ପାଇଁ ଟେଣ୍ଡର ଜାରି କରିଥିଲା । କିନ୍ତୁ ଦାମ୍‌କୁ ନେଇ ଏହି ଚୁକ୍ତି ଅଟକ ରହିଥିଲା । ଏଚଏଏଲ ପକ୍ଷରୁ ଯେଉଁ ଦାମ୍‌ ନିର୍ଣ୍ଣୟ କରାଯାଇଥିଲା ତାହା ଅଧିକ ହେବା ଫଳରେ ଏହି ଚୁକ୍ତି ହୋଇପାରି ନଥିଲା ।

ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରାଳୟର କମିଟି 83 ଯୁଦ୍ଧ ବିମାନ ପାଇଁ 45 ହଜାର କୋଟି ଟଙ୍କାର ବରାଦ ରାଶୀ ନିର୍ଧାରିତ କରିଛି । ଆଗାମି କିଛି ସପ୍ତାହ ମଧ୍ୟରେ ଏହି ବିମାନ ନିର୍ମାଣ ପାଇଁ ଆଦେଶ ମିଳିପାରେ ବୋଲି ଜାଣିବାକୁ ମିଳିଛି । ହାଲୁକା ତେଜସ ଯୁଦ୍ଧ ବିମାନ ସମ୍ପୁର୍ଣ୍ଣ ରୂପରେ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଡିଆରଡିଓ ମୁଖ୍ୟ ସତିଶ ରେଡ୍ଡୀ ତେଜସକୁ ନେଇ ଏରୋ-ଇଣ୍ଡିଆରେ ଆଇଏଫ ଏବଂ ରକ୍ଷା ମନ୍ତ୍ରାଳୟ ପାଇଁ ଅନ୍ତିମ ପରିଚାଳନା ମଞ୍ଜୁରୀ(ଆଇଓସି) ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ ।

ତେବେ ଏହି ଚୁକ୍ତି ଦ୍ବାରା ସ୍ବଦେଶୀ ରକ୍ଷା ଉଦ୍ୟୋଗକୁ ପ୍ରତ୍ସୋହନା ମିଳିବ । କାରଣ 45 ହଜାର କୋଟି ଟଙ୍କା ବରାଦ ରାଶୀର 65 ପ୍ରତିଶତ ଦେଶ ଭିତରେ ହିଁ ଖର୍ଚ୍ଚ ହେବ । ଏହା ଦ୍ବାରା ନିଯୁକ୍ତିର ସୁଯୋଗ ମଧ୍ୟ ବଢିବ ବୋଲି ଆଶା ରଖାଯାଉଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.