ଲକ୍ଷ୍ନୌ: ସିଏଏ ଓ ଏନଆରସିକୁ ନେଇ ପ୍ରତିବାଦର ହିଂସା ଜଳୁଥିବା ବେଳେ, ଏକାଠି ହୋଇଛନ୍ତି ହିନ୍ଦୁ-ମୁସଲିମ । ଦେଇଛନ୍ତି ଧର୍ମ ନିରପେକ୍ଷତାର ପ୍ରମାଣ । ମୁସଲିମ ଭାଇର ବରଯାତ୍ରୀକୁ ସୁରକ୍ଷିତ ଭାବେ ମଣ୍ଡପରେ ପହଞ୍ଚାଇବା ପାଇଁ ହିନ୍ଦୁମାନେ ବନେଇଛନ୍ତି ମାନବ ଶୃଙ୍ଖଳ । ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।
ବର୍ତ୍ତମାନ ସିଏଏକୁ ନେଇ ହିଂସା ଲାଗିଥିବା ବେଳେ ବିବାହ ଉତ୍ସବରେ ବାଧା ପହଞ୍ଚିବା ଭାବି ହିନ୍ଦୁ ବନ୍ଧୁମାନେ ଏପରି ମାନବ ଶୃଙ୍ଖଳ କରିଥିବା କହିଛନ୍ତି । ବର ସାଜିଥିବା ଯୁବକର ପଡୋଶୀ ବିମଲ କାପାଡିଆ ଏହି ହିଂସା ବିଷୟରେ ଜାଣିବା ପରେ ବିବାହ ପାଇଁ ଚିନ୍ତାରେ ଥିବା ପରିବାର ସଦସ୍ୟଙ୍କ ସାହାଯ୍ୟ କରିବା ପାଇଁ ବାଟ ଖୋଜିଥିଲେ । ଶେଷରେ ତାଙ୍କର 70 ଜଣ ବନ୍ଧୁଙ୍କୁ ଏକାଠି କରି ତିଆରି କରିଥିଲେ ମାନବ ଶୃଙ୍ଖଳ ।
ପ୍ରାୟ 1 କିଲୋମିଟର ପର୍ଯ୍ୟନ୍ତ ଏଭଳି ଶୃଙ୍ଖଳରେ ବିବାହ ମଣ୍ଡପକୁ ବରକୁ ନିଆଯାଇଥିଲା । "ବୋହୂ ହୋଇଥିବା ଜିନତକୁ ମୁଁ ମୋ ସାମନାରେ ବଡ ହେବା ଦେଖିଛି । ସେ ମୋର ସାନ ଭଉଣୀ ଭଳି । ତାର ସୁରକ୍ଷା ପାଇଁ ତ ଏତିକି କରି ପାରିବି ବୋଲି କହିଛନ୍ତି ପଡୋଶୀ ବିମଲ "।