ଶିମଲା: ଏଣିକି ହିମାଚଳ ପ୍ରଦେଶକୁ ଯିବା ପାଇଁ ଆବଶ୍ୟକ ପଡିବନି ଅନଲାଇନ ରେଜିଷ୍ଟ୍ରେସନ । ଏନେଇ ନିଷ୍ପତ୍ତି ନେଇଛନ୍ତି ହିମାଚଳ ପ୍ରଦେଶ ସରକାର । କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ବସ ଚଳାଚଳ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ତେବେ କୋରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ଲାଗୁ ହୋଇଥିଲା । ଏଣୁ ହିମାଚଳ ପ୍ରଦେଶକୁ ଆସିବା ପାଇଁ ଲୋକଙ୍କୁ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡୁଥିଲା । କିନ୍ତୁ ଏବେ ତାହା କରିବାକୁ ପଡିବ ନାହିଁ ।
କିନ୍ତୁ ପର୍ଯ୍ୟଟକ ମାନଙ୍କ ପାଇଁ କୋରୋନା ନେଗେଟିଭ ରିପୋର୍ଟ ଦେଖାଇବା ଏବଂ ହୋଟେଲ ଆଗୁଆ ବୁକିଂ ଜାରି ରହିବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିପାରି ନାହିଁ । ସେହିପରି ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଆଲୋଚନା କରାଯାଇନାହିଁ ।