ଶିମଲା: କୋରୋନା ଆତଙ୍କ ଭିତରେ ହିମାଚଳ ପ୍ରଦେଶକୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପଜିଟିଭ ମାମଲା ସାମନାକୁ ଆସିନାହିଁ । ରବିବାର ଆସିଥିବା 14ଟି ମାମଲା କୋରୋନା ଆକ୍ରାନ୍ତ ଥିଲେ । ଏହା ପରେ 2 ଦିନ ହେବ କୌଣସି ପଜିଟିଭ ବାହାରିନାହିଁ ।
ମଙ୍ଗଳବାର ମୋଟ 98ଟି ସାମ୍ପଲ ପରୀକ୍ଷା ହୋଇଛି । ଏଥିରୁ 51ଟି ନେଗେଟିଭ ରହିଛି । ବାକି 47ଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 32ଟି ମାମଲା ସକରାତ୍ମକ ରହିିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ତେବେ ଆକ୍ରାନ୍ତଙ୍କ ଭିତରୁ ପ୍ରାୟ 20 ଜଣ ତବଲିଗୀ ଫେରନ୍ତା ବୋଲି ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ସ୍ବତନ୍ତ୍ର ସେକ୍ରୋଟାରୀ ନିପୁନ ଜିନ୍ଦଲ ସୂଚନା ଦେଇଛନ୍ତି ।
ସୌଜନ୍ୟ@ANI