ETV Bharat / bharat

ସିମଲାରେ 12 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ହିମାଚଳ ପ୍ରଦେଶର ସିମଲାରେ ବର୍ଷା ଗତ 12 ବର୍ଷର ରେକର୍ଡ ଭାଙ୍ଗିଛି। ଏଠାରେ 24 ଘଣ୍ଟାରେ 75 ମିଲିମିଟର ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ 5 ମହଲା କୋଠା ଭାଙ୍ଗି ଭୁଷୁଡି ପଡିଛି । କିନ୍ତୁ ଏଥିରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

rain
ସିମଲାରେ 12 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
author img

By

Published : Jun 7, 2020, 10:13 AM IST

ନୂଆଦିଲ୍ଲୀ: ନିକଟରେ ବାତ୍ୟା ଅମ୍ଫାନ ଏବଂ ନିସର୍ଗ ଯିବା ପରେ ଦେଶର ବହୁ ସ୍ଥାନରେ ବର୍ଷା ଝଡତୋଫାନ ଲାଗି ରହିଛି । ଏହା ମଧ୍ୟରେ ହିମାଚଳ ପ୍ରଦେଶର ସିମଲାରେ ବର୍ଷା ଗତ 12 ବର୍ଷର ରେକର୍ଡ ଭାଙ୍ଗିଛି। ଏଠାରେ 24 ଘଣ୍ଟାରେ 75 ମିଲିମିଟର ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ 5 ମହଲା କୋଠା ଭାଙ୍ଗି ଭୁଷୁଡି ପଡିଛି । କିନ୍ତୁ ଏଥିରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ଗତ ଶନିବାର ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାସହ କିଛି ରାଜ୍ୟରେ ସ୍ୱାଭାବିକ ତାପମାତ୍ରାଠାରୁ କମ୍ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ କହିଛି ଯେ ଅନୁକୂଳ ପରିସ୍ଥିତି ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗକୁ ବଢୁଛି । ଆସନ୍ତା ପାଞ୍ଚ ଦିନ ମଧ୍ୟରେ କୌଣସି ଲୁ ହେବନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ନିଜର ଦୈନିକ ଜାତୀୟ ବୁଲେଟିନରେ କହିଛି ଯେ, ଗତ୍ରବରମ ଏବଂ ବିଜୟୱାଡା (ଉପକୂଳ ଆନ୍ଧ୍ରପ୍ରଦେଶ) ଦେଶର ସର୍ବୋଚ୍ଚ ତାପମାତ୍ରା 41.4 ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା 36.8 ଡିଗ୍ରୀ ସେଲସିୟସ ରେକର୍ଡ କରିଛି । ଯାହା ସ୍ୱାଭାବିକଠାରୁ ତିନି ଡିଗ୍ରୀ ତଳେ ରହିଛି।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି ଯେ, 15 ଜୁନ ଯାଏଁ ‘ଲୁ’ର ସମ୍ଭାବନା ନାହିଁ । ଜୁନ୍ 10 ଯାଏଁ ସର୍ବାଧିକ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ କିନ୍ତୁ ଏହା 40 ଡିଗ୍ରୀ ସେଲସିୟସ ତଳେ ରହିବ ବୋଲି ଆକଳନ କରାଯାଉଛି। ଏପଟେ ରବିବାର ଦିଲ୍ଲୀରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେଠାରେ ସର୍ବାଧିକ ତାପମାତ୍ରା 37 ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା 26 ଡିଗ୍ରୀ ସେଲସିୟସ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.