ସିମଲା: କୋରୋନାର ସ୍ଥିତିକୁ ଗମ୍ଭୀର କରିଦେଲା ଦିଲ୍ଲୀ ଘଟଣା। ନିଜାମୁଦ୍ଦିନରେ ଗତ ମାର୍ଚ୍ଚ ୧୨-୧୫ ତାରିଖ ମଧ୍ୟରେ ତବଲିଗୀ ଜମାତଙ୍କ ଦ୍ୱାରା ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦେଶ ତଥା ଦେଶ ବାହାରୁ ଯୋଗ ଦେଇଥିବା ମୁସଲିମ ମାନେ ପରିସ୍ଥିତିକୁ ଅଣାୟତ କରିଦେଲେ ।
ପୂର୍ବରୁ ଉକ୍ତ ଧାର୍ମିକ ଅନୁଷ୍ଠାନରେ ଯୋଗ ଦେଇଥିବା ବହୁ ସଂଖ୍ୟକ ଲୋକେ କୋରୋନା ପଜିଟିଭ୍ ଆସିଥିବା ବେଳେ ଏବେ ଆଉ 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତବଲିଗୀ ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ହିମାଚଳ ପ୍ରଦେଶର ଉନାର 3 ଜଣ ବ୍ୟକ୍ତି କୋରୋନା ଭାଇରସ୍ ପଜିଟିଭ୍ ଆସିଛନ୍ତି।
ସୂଚନା ଦେଇ ଡିସିପି ସନ୍ଦୀପ କୁମାର କୁହନ୍ତି, "ଏହି ଲୋକମାନେ ମାଣ୍ଡି ଜିଲ୍ଲାର କିନ୍ତୁ ସେମାନେ ନାକ୍ରୋ ଗ୍ରାମରେ ଥିବା ଏକ ମସଜିଦରେ ରହୁଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲା କରାଯିବା ସହ ଗ୍ରାମବାସୀଙ୍କୁ 14 ଦିନ ପାଇଁ ନିଜ ଘରେ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି।"
ସୂଚନା ଥାଉକି, ନିଜାମୁଦ୍ଦିନ ମର୍କଜରେ ପ୍ରାୟ 1500 ରୁ 1700 ଲୋକ ରହୁଥିଲେ। କାଶ୍ମୀର, ଆଣ୍ଡାମାନ, ସାଉଦି, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆରୁ ଲୋକମାନେ ଏଠାରେ ଏକତ୍ରିତ ହୋଇଥିଲେ | ଆଉ ପ୍ରାୟ ସମସ୍ତଙ୍କ ପାଖରେ କୋରୋନା ଲକ୍ଷଣ ଦେଖାଦେଇଥିଲା।