ETV Bharat / bharat

ଲକଡାଉନରେ ବିବାହ ଯୋଜନା: ଟ୍ରକ ପଛରେ ଲୁଚି ଯାଉଥିଲେ, ଧରା ପଡିଲେ - ଲକଡାଉନରେ ବିବାହ କରିବାକୁ ଯୋଜନା

ଲକଡାଉନରେ ସରକାରଙ୍କୁ ସହଯୋଗ କରୁ ନାହାଁନ୍ତି ଜନତା । ନିଜ ସ୍ବାର୍ଥ ପାଇଁ ଅଭିନବ ଉପାୟ ଆପଣାଉଛନ୍ତି ଲୋକେ । ଜଣେ ହିମାଚଳ ପ୍ରଦେଶର ବ୍ୟକ୍ତି ଓ ଜଣେ ଋଷୀୟ ମହିଳା ବିବାହ କରିବା ପାଇଁ ଟ୍ରକ ପଛରେ ଲୁଚି ଯାଉଥିବା ସମୟରେ ଧରାପଡିଛନ୍ତି ।

ଲକଡାଉନରେ ବିବାହ କରିବାକୁ ଯୋଜନା: ଟ୍ରକ ପଛରେ ଲୁଚି ଯାଉଥିଲେ, ଧରା ପଡିଲେ

author img

By

Published : May 7, 2020, 11:08 AM IST

ସିମଲା: ଲକଡାଉନରେ ଅନେକ ଲୋକ କେଉଁଠି ନା କେଉଁଠି ଫସି ରହିଛନ୍ତି । ଆଉ ଘରକୁ ଫେରିବାକୁ ଆପଣାଉଛନ୍ତି ଭିନ୍ନ ଉପାୟ । ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯାଇଥିବା ସତ୍ତ୍ବେ ବି ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ଜଣେ ବ୍ୟକ୍ତି ଏବଂ ଜଣେ ଋଷୀୟ ମହିଳା ଟ୍ରକ ପଛରେ ଲୁଚି ଯିବା ସମୟରେ ଧରାପଡିଛନ୍ତି ।

କୁଲୁଙ୍କ ନିରାମଣ୍ଡ ଅଞ୍ଚଳର ଏହି ମହିଳା ଏବଂ ତାଙ୍କ ବନ୍ଧୁ ବୁଧବାର ଦିନ ସିମଲା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଶୋଗିରେ ଧରାପଡିଛନ୍ତି ବୋଲି ସିମଲା ପୋଲିସ ଅଧୀକ୍ଷକ ଓମପାଟୀ ଜାମୱାଲ କହିଛନ୍ତି।

ସେ କହିଛନ୍ତି ଯେ କୈଣସି କର୍ଫ୍ୟୁ ପାସ୍ ବିନା ଟ୍ରକ୍ ପଛରେ ଲୁଚି ରହିବା ପରେ ସେମାନେ ନୋଏଡାରୁ ଆସୁଥିଲେ । ଏବଂ ନିରାମଣ୍ଡରେ ପହଞ୍ଚିବା ପରେ ଦୁହେଁ ବିବାହ କରିବାକୁ ଯୋଜନା କରିଥିଲେ। ଟ୍ରକ ଡ୍ରାଇଭର ଏବଂ କ୍ଲିନର୍ ମଧ୍ୟ ଧରାପଡିଛି ବୋଲି ଅଧିକାରୀ କହିଛନ୍ତି। ତେବେ ଭାରତୀୟ ଆଇପିସି ଧାରାରେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏହାସହ ଋଷୀୟ ମହିଳା ଓ ଅନ୍ୟ ତିନିଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.