ETV Bharat / bharat

ପିଏମଙ୍କୁ କେରଳ ସିଏମଙ୍କ ଚିଠି: ବିଦେଶରୁ ଟେଷ୍ଟ ବିନା ଭାରତ ପ୍ରତ୍ୟାବର୍ତ୍ତନ ବିପଦଜ୍ଜନକ - କୋରୋନା ଟେଷ୍ଟ ବିନା

ଟେଷ୍ଟ ନକରି ଭାରତୀୟଙ୍କୁ ବିଦେଶରୁ ଫେରାଇ ଆଣିବାର ବିପଦ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଙ୍ଗଳବାର ଏନଇ ଉଦବେଗ ପ୍ରକାଶ କରିଛନ୍ତି । ମେ 7, 2250ରୁ ବିଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ମହାଅଭିଯାନ ଆରମ୍ଭ ହେବ । ଅଧିକ ପଢନ୍ତୁ...

Kerala CM
Kerala CM
author img

By

Published : May 6, 2020, 12:40 AM IST

ନୂଆଦିଲ୍ଲୀ: କୋରୋନା କାଳରେ ବିଦେଶର ଫସି ରହିଥିବା ଭାରତୀୟଙ୍କୁ ଫେରାଇବା ଆଣିବା ପାଇଁ ସରକାରଙ୍କ ବଡ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି କେରଳ ସିଏମ । ଟେଷ୍ଟ ନକରି ଭାରତୀୟଙ୍କୁ ବିଦେଶରୁ ଫେରାଇ ଆଣିବାର ବିପଦ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଙ୍ଗଳବାର ଏନଇ ଉଦବେଗ ପ୍ରକାଶ କରିଛନ୍ତି । ମେ 7,2250 ରୁ ବିଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ମହାଅଭିଯାନ ଆରମ୍ଭ ହେବ ।

କେରଳର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଭାରତୀୟମାନଙ୍କୁ ବିଦେଶରୁ ଫେରାଇ ଆଣିବା ସମୟରେ କୋରୋନା ବିସ୍ତାରର ଅତ୍ୟଧିକ ସମ୍ଭାବନା ରହିଛି । କରୋନୋଭାଇରସ୍ ପରୀକ୍ଷା ନକରି ଲୋକଙ୍କୁ ଫେରାଇ ଆଣିବା ପ୍ରକୃତରେ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଯଦି ଗୋଟିଏ ବିମାନରେ 200 ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣ କୋରୋନା ସଂକ୍ରମିତ ରହିଥାନ୍ତି ତେବେ ଏହା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ।

ଆନ୍ତର୍ଜାତୀୟ ନିୟମ ପାଳନ କରାଯାଉ ନାହିଁ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଆସିବେ ସେମାନଙ୍କ ଗସ୍ତ ପୂର୍ବରୁ ଟେଷ୍ଟ କରାଯିବା ଉଚିତ । ସୂଚନା ଯୋଗ୍ୟ ଯେ, COVID-19 ମହାମାରୀ ହେତୁ ବିଦେଶରେ ଫସି ରହିଥିବା ଶହ ଶହ ଭାରତୀୟଙ୍କୁ ଗୁରୁବାର ଠାରୁ ଆକାଶ ଏବଂ ଜଳ ମାର୍ଗରେ ଦେଶକୁ ଅଣାଯିବ ।

ପ୍ରାୟ 1,90,000 ରୁ ଅଧିକ ଭାରତୀୟ ଘରକୁ ଫେରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ପୂର୍ବରୁ କହିଥିଲା ​​ଯେ ଯେଉଁମାନେ ସ୍ବତନ୍ତ୍ର ବିମାନରେ ଫେରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ୟୁରୋପରୁ 50,000 ଟଙ୍କା ଏବଂ ଆମେରିକାରୁ 1 ଲକ୍ଷ ଟଙ୍କା ଦେୟ ଦେବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.