ETV Bharat / bharat

ରେକର୍ଡ ଭାଙ୍ଗିଲା କୋରୋନା; ଗୋଟିଏ ଦିନରେ ଦେଶରେ 49,310 ଆକ୍ରାନ୍ତ ଚିହ୍ନଟ - କୋରୋନା ମାମଲା

ଦେଶରେ 24 ଘଣ୍ଟାରେ ସର୍ବାଧିକ 49,310 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 740 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 87 ହଜାର 945ରେ ପହଞ୍ଚିଛି ।

corona
ରେକର୍ଡ ଭାଙ୍ଗିଲା କୋରୋନା
author img

By

Published : Jul 24, 2020, 10:13 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ ସତ୍ତ୍ବେ କୋରୋନା ମାମଲା ଉପରେ ଲଗାମ ଲାଗୁନି । ଏହି କ୍ରମରେ ଦେଶରେ 24 ଘଣ୍ଟାରେ ସର୍ବାଧିକ 49,310 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 740 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 87 ହଜାର 945ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 4,40,135 ଆକ୍ରାନ୍ତ ଆକ୍ଟିଭ 8,17,209 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାଛଡା ଏହି ମାରାତ୍ମକ ଭାଇରସ ପାଇଁ ଦେଶରେ 30,601 ଆକ୍ରାନ୍ତ ଏବେସୁଦ୍ଧା ପ୍ରାଣ ହରାଇ ସାରିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ଏହି ଭାଇରସ ଭାରତ ସମେତ ବିଶ୍ବର 188 ଦେଶକୁ ନିଜ କବଳରେ ରଖିଛି । ବିଶ୍ବର 15,446,800 ଲୋକ ବର୍ତ୍ତମାନ କୋରୋନା ସଂକ୍ରମିତ ଅଛନ୍ତି । ଏହାଛଡା ବିଶ୍ବର 632,178 ଲୋକ କୋରୋନାରେ ପ୍ରାଣ ହରାଇ ସାରିଲେଣି ।

ଜନ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ, କୋରୋନା ଦୃଷ୍ଟିରୁ ବିଶ୍ବରେ ଭାରତ ତୃତୀୟ ସ୍ଥାନରେ ରହିଛି । ଏହି କ୍ରମରେ ପ୍ରଥମ ସ୍ଥାନରେ ରହିଛି ଆମେରିକା(40,34,102) ଏବଂ ଦ୍ବିତୀୟରେ ରହିଛି ବ୍ରାଜିଲ(22,87,475) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.