ETV Bharat / bharat

ଗର୍ଭବତୀ ମହିଳାଙ୍କ ଭିଟାମିନ ଡି ମାତ୍ରା ସହିତ ଶିଶୁର ଆଇକ୍ୟୁ କେତେ ଜଡ଼ିତ ?

ଗର୍ଭବତୀ ସମୟରେ ମା’ମାନଙ୍କର ଭିଟାମିନ୍ ଡି ପରିମାଣ ସେମାନଙ୍କ ଗର୍ଭସ୍ଥ ପିଲାଙ୍କର ଆଇକ୍ୟୁ ସହ ଜଡିତ ବୋଲି ଗବେଷଣାକାରୀ ଜାଣିବାକୁ ପାଇଛନ୍ତି। ତେଣୁ ଗର୍ଭବତୀ ବେଳେ ଭିଟାମିନ ଡି ସ୍ତର ଅଧିକ ରହିଲେ ଶିଶୁଟିର ଆଇକ୍ୟୁ ମାତ୍ରା ଅଧିକ ହୋଇପାରେ।

ଗର୍ଭବତୀ ମହିଳା
ଗର୍ଭବତୀ ମହିଳା
author img

By

Published : Nov 5, 2020, 1:46 PM IST

ଗର୍ଭବତୀ ସମୟରେ ମା’ମାନଙ୍କର ଭିଟାମିନ୍ ଡି ପରିମାଣ ସେମାନଙ୍କ ଗର୍ଭସ୍ଥ ପିଲାଙ୍କର ଆଇକ୍ୟୁ ସହ ଜଡିତ ବୋଲି ଗବେଷଣାକାରୀ ଜାଣିବାକୁ ପାଇଛନ୍ତି। ତେଣୁ ଗର୍ଭବତୀ ବେଳେ ଭିଟାମିନ ଡି ସ୍ତର ଅଧିକ ରହିଲେ ଶିଶୁଟିର ଆଇକ୍ୟୁ ମାତ୍ରା ଅଧିକ ହୋଇପାରେ। ଗର୍ଭାଶୟରେ ଜଣେ ମା’ର ଭିଟାମିନ୍ ଡି ତାର ଶିଶୁ ପାଖକୁ ଯାଇଥାଏ ଏବଂ ମସ୍ତିଷ୍କର ବିକାଶ ସହିତ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ। ନ୍ୟୁଟ୍ରିସନ ଜର୍ଣ୍ଣାଲରେ ପ୍ରକାଶିତ ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷଣାକାରୀଙ୍କ ରିପୋର୍ଟ ମୁତାବକ ଭିଟାମିନ୍ ଡି ଅଭାବ ସାଧାରଣ ଲୋକ ଏବଂ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଅଧିକାଂଶ ଭାବେ ଦେଖିବାକୁ ମିଳେ କିନ୍ତୁ କୃଷ୍ଣକାୟ ବର୍ଣ୍ଣର ମହିଳାଙ୍କ କ୍ଷେତ୍ରରେ ଏହାର ଅଧିକ ବିପଦ ଥାଏ। "ମେଲାନିନ ପିଗମେଣ୍ଟ ସୌର ରଶ୍ମିରୁ ତ୍ବଚାକୁ ସୁରକ୍ଷା ଦେଇଥାଏ। କିନ୍ତୁ ୟୁଭି କିରଣକୁ ରୋକିବା ଦ୍ବାରା ମେଲାନିନ ଚର୍ମରେ ଭିଟାମିନ୍ ଡି ସୃଷ୍ଟି ମାତ୍ରା କମାଇ ଦେଇଥାଏ," ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସିଆଟଲ ଚିଲଡ୍ରେନସ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟର ପ୍ରମୁଖ ଗବେଷଣାକାରୀ ମେଲିସା ମେଲୋଙ୍କ ଗବେଷଣାରୁ ଜଣାପଡ଼ିଛି।

ମେଲୋ ଆହୁରି ବି କହିଛନ୍ତି ଯେ, " ଆମର ଗବେଷଣା ଏହି ସମସ୍ୟା ନେଇ ଅଧିକ ସଚେତନତା ଆଣିଛି। ଗର୍ଭସ୍ଥ ଅବସ୍ଥାରେ ଶିଶୁ ଏବଂ ସେମାନଙ୍କର ସ୍ନାୟୁଗତ ବିକାଶ ପାଇଁ ଭିଟାମିନ୍ ଡି’ର ଦୀର୍ଘସ୍ଥାୟୀ ପ୍ରଭାବ କେତେ ତାହା ଏଥିରେ ଦର୍ଶାଯାଇଛି। ଗବେଷଣା ଅନୁଯାୟୀ ଆମେରିକାରେ 80 ପ୍ରତିଶତ କୃଷ୍ଣକାୟ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଭିଟାମିନ୍ ଡି’ର ଅଭାବ ରହିଥାଇପାରେ। ଯେଉଁସବୁ ମହିଳାମାନଙ୍କୁ ନେଇ ଏହି ଗବେଷଣା କରାଯାଇଛି ସେମାନଙ୍କ ମଧ୍ୟରୁ ପ୍ରାୟ 46 ପ୍ରତିଶତ ମା’ଙ୍କ କ୍ଷେତ୍ରରେ ସେମାନେ ଗର୍ଭବତୀ ହେବା ସମୟରେ ସେମାନଙ୍କ ନିକଟରେ ଭିଟାମିନ ଡି ନିଅଣ୍ଟ ଥିବା ଜଣାପଡ଼ିଛି। ଶ୍ବେତାଙ୍ଗ ମହିଳାଙ୍କ ତୁଳନାରେ କୃଷ୍ଣକାୟ ମହିଳାଙ୍କ କ୍ଷେତ୍ରରେ ଭିଟାମିନ ଡି ମାତ୍ରା କମ୍ ରହୁଥିବା ଏଥିରୁ ଜଣାଯାଏ।

ଗବେଷଣାକାରୀ କିଛି ଗର୍ଭବତୀ ମହିଳା ନିଯୁକ୍ତି ଦେଇ 2006ରୁ ଏହି ଅନୁଧ୍ୟାନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ପିଲାଙ୍କ ସ୍ବାସ୍ଥ୍ୟ ଓ ବିକାଶ ନେଇ ତଥ୍ୟ ସଂଗ୍ରହ କରିଥିଲେ। ଆଇକ୍ୟୁ ସମ୍ପର୍କିତ ଅନ୍ୟ କେତେକ କାରଣ ନିଯନ୍ତ୍ରଣ କରିବା ପରେ ଜଣାପଡିଥିଲା ଯେ, ଗର୍ଭବତୀ ବେଳେ ରହୁଥିବା ଭିଟାମିନ ଡି ସ୍ତର 4ରୁ 6 ବର୍ଷ ବୟସ ପିଲାଙ୍କର ଉଚ୍ଚ ଆଇକ୍ୟୁ ସହ ଜଡ଼ିତ। କାହିଁକି ଏପରି ଘଟୁଛି ସେ ନେଇ ଯଦିଓ ଗବେଷଣାରୁ ସ୍ପଷ୍ଟ ପ୍ରମାଣିତ ହୋଇନାହିଁ, ତଥାପି ଗବେଷଣକାରୀ ସେମାନେ କରିଥିବା ଅନୁଧ୍ୟାନର ଗୁରୁତ୍ବ ରହିଥିବା କହିଛନ୍ତି ଏବଂ ଅଧିକ ଗବେଷଣାର ଆବଶ୍ୟକତା ନେଇ ମତ ରଖିଛନ୍ତି । ଯେତିକି ସୂର୍ଯ୍ୟକିରଣ କିମ୍ବା ସପ୍ଲିମେଣ୍ଟ ଆବଶ୍ୟକ ତାହା ଲୋକେ ପୂରଣ କରିପାରୁନଥିବା କାରଣରୁ ହୁଏତ ଭିଟାମିନ ଡି’ର ଅଭାବ ରହିପାରେ ବୋଲି ଗବେଷଣାକାରୀ ତାଙ୍କର ରିପୋର୍ଟରେ ଲେଖିଛନ୍ତି। ମାଛ, ଅଣ୍ଡା ଏବଂ ଗାଇ କ୍ଷୀର ଏବଂ ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ସାମଗ୍ରୀରେ ଭିଟାମିନ ଡି ରହିଛି। ଗର୍ଭବତୀ ହେବା ସମୟରେ ସର୍ବାଧୀକ କେତେ ମାତ୍ରାରେ ଭିଟାମିନ ଡି ରହିବା କଥା ତାହା ଉପରେ ଅଧିକ ଗବେଷଣା ଆବଶ୍ୟକ। କିନ୍ତୁ ଏହି ଗବେଷଣା ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ସୁପାରିସ କରିବାରେ ସହାୟକ ହେବ ବୋଲି ଲେଖକ ମେଲୋ ପ୍ରକାଶ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.