ଚେନ୍ନାଇ: ତାମିଲନାଡୁରେ କ୍ଷମତାସୀନ ଥିବା ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଘମ(ଏଆଇଏଡିଏମକେ) ସରକାର ଉପରେ ଦଳୀୟ ବ୍ୟାନର ଖସି ପଡିବା ମାମଲାରେ ବର୍ଷିଛନ୍ତି ମାଡ୍ରାସ ହାଇକୋର୍ଟ। ଗତ ଗୁରୁବାର ଏଆଇଏଡିଏମକେର ଏକ ଦଳୀୟ ବ୍ୟାନର ଖସିପଡାରୁ ଜଣେ 23 ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି।
ତେବେ ଏଭଳି ବ୍ୟାନର ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି। ଗତ ଶୁକ୍ରବାର ମାଡ୍ରାସ ହାଇକୋର୍ଟ ଏ ସମ୍ପର୍କରେ ତାମିଲନାଡୁ ସରକାରଙ୍କୁ ପ୍ରଶ୍ନ କରି ଜବାବ ମାଗିଛନ୍ତି ଯେ, ରୋଡ୍ ପେଣ୍ଟ ପାଇଁ ଏଆଇଏଡିଏମକେକୁ ଆଉ କେତେ ଲିଟର ରକ୍ତ ଦରକାର? ଏହା ସହ ହାଇକୋର୍ଟ କହିଛନ୍ତି ଯେ, ଅବୈଧ ଭାବେ ଏଭଳି ବ୍ୟାନର ବିରୋଧରେ ସରକାର କେବେ ପଦକ୍ଷେପ ନେବେ।
ଗତ ଗୁରୁବାର ଏଆଇଏଡିଏମକେର ଏକ ଦଳୀୟ ବ୍ୟାନର ଖସି ପଡିବାରୁ ଜଣେ 23 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏ ଘଟଣାରେ ଏଆଇଏଡିଏମକେ କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅନ୍ୟପଟେ ମୃତ ମହିଳାଙ୍କ ପରିବାରବର୍ଗକୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।