ETV Bharat / bharat

ପାକିସ୍ତାନର ଧମକପୂର୍ଣ୍ଣ ଫୋନ କଲ ପରେ ହାଇଆଲର୍ଟରେ ମାୟାନଗରୀ

author img

By

Published : Jul 1, 2020, 5:15 PM IST

ମଙ୍ଗଳବାର ରାତିରେ ତାଜ ପ୍ୟାଲେସକୁ ବମରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଫୋନ କଲ ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଅଧିକ ପଢନ୍ତୁ...

ପାକିସ୍ତାନର ଧମକପୂର୍ଣ୍ଣ ଫୋନ କଲ ପରେ ହାଇ ଆଲର୍ଟରେ ମାୟାନଗରୀ

ମୁମ୍ବାଇ: ପାକିସ୍ତାନରୁ ଆତଙ୍କବାଦୀ ଆକ୍ରମଣର ଧମକ ପରେ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମୁମ୍ବାଇର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ପୋଲିସ ଇଣ୍ଟରପୋଲ ଏବଂ ଆଇବି ପାକିସ୍ତାନରୁ ଆସିଥିବା ଏହି କଲ ଏବଂ କଲ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନେବାରେ ବ୍ୟସ୍ତ ଅଛନ୍ତି ।

ଏହି କଲ କରିଥିବା ବ୍ୟକ୍ତି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବା ଆତଙ୍କବାଦୀ ବୋଲି କହିଛି । ପୋଲିସର ସୂଚନାନୁସାରେ, ଏହି କଲ ପାକିସ୍ତାନର ବୋଲି ଚିହ୍ନଟ ହୋଇଛି । ଦେଶର ଗୁଇନ୍ଦା ଏଜେନ୍ସି ସହାୟତାରେ ଏହି କଲ କରିଥିବା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରାଯାଉଛି।

ମୁମ୍ବାଇର ପ୍ରମୁଖ ଧାର୍ମିକ ସ୍ଥାନ, ପାଞ୍ଚ ତାରକା ହୋଟେଲ, ଗୁରୁତ୍ୱପୂର୍ଣ୍ଣ ସରକାରୀ ତଥା ଅଣ-ସରକାରୀ ସ୍ଥାନରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଏଥିମଧ୍ୟରେ ତାଜମହଲ ପ୍ୟାଲେସ ହୋଟେଲ, ତାଜ ଲ୍ୟାଣ୍ଡସଏଣ୍ଡ ହୋଟେଲ, ସିଦ୍ଧବିନାୟକ ମନ୍ଦିର, ବାବୁଲନାଥ ମନ୍ଦିର, ମୁମ୍ବାଦେବୀ ମନ୍ଦିର, ହାଜି ଅଲି ଦରଗାହ, ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ, ମନ୍ତ୍ରଣାଳୟ, ଏବଂ ହାଇକୋର୍ଟ ରହିଛି।

ଏହା ବ୍ୟତୀତ ମୁମ୍ବାଇରେ କୋରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲଗାଯାଇଥିବା ଲକଡାଉନକୁ ଏହି ଧମକ ପରେ ବୃଦ୍ଧି କରାଯାଇଛି । ମୁମ୍ବାଇ ପୋଲିସର ସୂଚନାନୁସାରେ, ରାଜଧାନୀରେ ମୋଟ 191ଟି ସ୍ଥାନ ଅବରୋଧ କରାଯାଇଛି। ଏଥିସହ ଉପକୂଳ ପାଟ୍ରୋଲିଂକୁ ମଧ୍ୟ ବୃଦ୍ଧି କରାଯାଇଛି।

ମଙ୍ଗଳବାର ମଧ୍ୟରାତ୍ରିରେ 12 ଟା 30 ସମୟରେ ମୁମ୍ବାଇର ତାଜ ମଙ୍ଗଲ ପ୍ୟାଲେସ ଏବଂ ତାଜ ଲ୍ୟାଣ୍ଡଜ ଏଣ୍ଡ ହୋଟେଲକୁ ପାକିସ୍ତାନର ସମାନ ନମ୍ବରରୁ କଲ ଆସିଥିଲା। ଫୋନ ନମ୍ବରର କୋଡ ଥିଲା +92 ଅର୍ଥାତ ପାକିସ୍ତାନର ଏହି ନମ୍ବର । ହୋଟେଲ ତାଜ ଲ୍ୟାଣ୍ଡଜ ଏଣ୍ଡକୁ ପ୍ରଥମ କଲର ସମୟ ଯାହା ପ୍ରାୟ 37 ସେକେଣ୍ଡ ପର୍ଯ୍ୟନ୍ତ ଥିବାବେଳେ, ଦ୍ୱିତୀୟ କଲ ହୋଟେଲ ତାଜ ମଙ୍ଗଲ ପ୍ୟାଲେସକୁ ଯାଇଥିଲା ଯାହା ପ୍ରାୟ 45 ସେକେଣ୍ଡର ଥିଲା।

ଉଭୟ ଥର ଫୋନ କରିଥିବା ବ୍ୟକ୍ତି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୈୟବା ଆତଙ୍କବାଦୀ ବୋଲି ପରିଚୟ ଦେଇ କହିଥିଲା ଯେ ତାଜ ହୋଟେଲରେ 26/11 ଭଳି ଆତଙ୍କବାଦୀ ଆକ୍ରମଣ ପୁଣି ଘଟିବ। କଲ କରୁଥିବା ବ୍ୟକ୍ତି ଜଣଙ୍କ ହିନ୍ଦୀ ଭାଷାରେ କହୁଥିବା ଜଣାପଡିଛି ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ''କରାଚି ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମୁମ୍ବାଇର ତାଜ ହୋଟେଲକୁ ଧମକପୂର୍ଣ୍ଣ ଫୋନ କଲ ଆସିବା ପରେ ରାଜ୍ୟ ଡିଜି ଏବଂ ସିପି ମୁମ୍ବାଇ ସହ ମୁଁ ଆଲୋଚନା କରିଥିଲି । ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲି''।

ବାସ୍ତବରେ ଏହି ଧମକକୁ ଏଥିପାଇଁ ଗମ୍ଭୀରତାର ସହ ନିଆଯାଉଛି କାରଣ ଏହି କଲ ସିଧାସଳଖ ପାକିସ୍ତାନରୁ ଆସିଛି । ଭାରତ ଚୀନ ସୀମା ବିବାଦ ଏବଂ ପାକିସ୍ତାନ ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା କୁ ନଜରରେ ରଖି ଏହି ଧମକକୁ ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ସରକାର ଏହାକୁ ହାଲୁକା ଭାବେ ଗ୍ରହଣ କରିବାକୁ ଚାହୁଁନାହାଁନ୍ତି । କାରଣ ମୁମ୍ବାଇ ସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି ଏବଂ ଗତ 7 ବର୍ଷ ମଧ୍ୟରେ ଭାରତୀୟ ଏଜେନ୍ସି ଏବଂ ସୁରକ୍ଷା କର୍ମୀମାନେ ମୁମ୍ବାଇ ଭଳି ସହରକୁ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.