ETV Bharat / bharat

ଦେଶରେ କେବଳ ଦୁଇଜଣ ରାଜ୍ୟପାଳ ଅଛନ୍ତି: ସଞ୍ଜୟ ରାଉତ

author img

By

Published : Oct 16, 2020, 5:11 PM IST

ଦେଶରେ କେବଳ ଦୁଇଜଣ ରାଜ୍ୟପାଳ ଅଛନ୍ତି । ଗୋଟିଏ ରାଜ୍ୟପାଳ ପଶ୍ଚିମବଙ୍ଗରେ ଏବଂ ଅନ୍ୟ ଜଣେ ମହାରାଷ୍ଟ୍ରରେ ଅଛନ୍ତି ବୋଲି ଶିବସେନା ନେତା ସଞ୍ଜୟ ରାଉତ ଶୁକ୍ରବାର ଦିନ କହିଛନ୍ତି ।

ଦେଶରେ କେବଳ ଦୁଇଜଣ ରାଜ୍ୟପାଳ ଅଛନ୍ତି
ଦେଶରେ କେବଳ ଦୁଇଜଣ ରାଜ୍ୟପାଳ ଅଛନ୍ତି

ମୁମ୍ବାଇ: ଦେଶରେ କେବଳ ଦୁଇଜଣ ରାଜ୍ୟପାଳ ଅଛନ୍ତି । ଗୋଟିଏ ରାଜ୍ୟପାଳ ପଶ୍ଚିମବଙ୍ଗରେ ଏବଂ ଅନ୍ୟ ଜଣେ ମହାରାଷ୍ଟ୍ରରେ ଅଛନ୍ତି ବୋଲି ଶିବସେନା ନେତା ସଞ୍ଜୟ ରାଉତ ଶୁକ୍ରବାର ଦିନ କହିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ରାଜ୍ୟରେ ମନ୍ଦିର ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠି ପରେ ରାଉତଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି।

ଜଣେ ରାଜ୍ୟପାଳ ଭାରତର ରାଷ୍ଟ୍ରପତି ଏବଂ କେନ୍ଦ୍ର ସରକାରଙ୍କ ରାଜନୈତିକ ଏଜେଣ୍ଟ ଅଟନ୍ତି । ରାଜନୈତିକ ଏଜେଣ୍ଟ ଅର୍ଥାତ ସେମାନେ ରାଜନୈତିକ କାର୍ଯ୍ୟ କରନ୍ତି। ବର୍ତ୍ତମାନ ସମଗ୍ର ଦେଶରେ କେବଳ ଦୁଇଜଣ ରାଜ୍ୟପାଳ ଅଛନ୍ତି । ଜଣେ ମହାରାଷ୍ଟ୍ରରେ ଏବଂ ଅନ୍ୟ ଜଣେ ପଶ୍ଚିମବଙ୍ଗରେ ଅଛନ୍ତି। ଅନ୍ୟମାନଙ୍କ ବିଷୟରେ ମୁଁ ଜାଣେନାହିଁ। କାରଣ ଏହି ଦୁଇ ରାଜ୍ୟରେ ସରକାର ସେମାନଙ୍କ ବିରୋଧୀ ଦଳର ଅଟନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି ।

ସେହିପରି ନିକଟରେ ଶିବସେନାର ମୁଖପାତ୍ର ସାମାନାର ଏକ ସମ୍ପାଦକୀୟରେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜଭବନର ‘ସମ୍ମାନ’କୁ ବଞ୍ଚାଇବାକୁ ଚାହାଁନ୍ତି । ତେବେ କୋଶ୍ୟାରୀଙ୍କୁ ପୁଣି ଡକରା ଆସିବା ଉଚିତ।

ଏପଟେ ରାଜ୍ୟପାଳଙ୍କୁ ଉତ୍ତର ଦେଇ ଉଦ୍ଧବ ଠାକରେ କହିଛନ୍ତି, କୋରୋନା ମହାମାରୀ କାରଣରୁ ରାଜ୍ୟରେ ମନ୍ଦିର ଖୋଲିବାରେ ବିଳମ୍ବ ହେଉଛି । ଏଥିସହ ହଠାତ୍ ଲକଡାଉନ୍ ଲାଗୁ କରିବା ଏବଂ ହଠାତ୍ ପ୍ରତ୍ୟାହାର କରିବା ଠିକ୍ ନୁହେଁ । ଏବଁ ହଁ ମୁଁ ଜଣେ ବ୍ୟକ୍ତି ଯିଏ ହିନ୍ଦୁତ୍ୱକୁ ଅନୁସରଣ କରେ, । ମୋର ହିନ୍ଦୁତ୍ୱ ତୁମଠାରୁ ଯାଞ୍ଚ କରିବା ଆବଶ୍ୟକତା ନାହିଁ ବୋଲି ଉଦ୍ଭବ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.