ETV Bharat / bharat

ଆଜିଠୁ ବନ୍ଦ ହେମକୁଣ୍ଡ ସାହିବ ଗୁରୁଦ୍ବାର - ଶୀତକାଳ ପାଇଁ ହେମକୁଣ୍ଡ ସାହିବ ଗୁରୁଦ୍ବାର ବନ୍ଦ

ଶିଖ୍ ଶ୍ରଦ୍ଧାଳୁଙ୍କ ଉପାସନା ପୀଠ ହେମକୁଣ୍ଡ ସାହିବ ଗୁରୁଦ୍ବାରକୁ ଶୀତଦିନ ପାଇଁ ବନ୍ଦ କରାଯାଇଛି । ଶନିବାର ଅପରାହ୍ନ ପ୍ରାୟ 1ଟା 30ମିନିଟରେ ସମସ୍ତ ରୀତି ନୀତି ସହ ଗୁରୁଦ୍ବାରକୁ ବନ୍ଦ କରାଯାଇଥିଲା । ଅଧିକ ପଢନ୍ତୁ..

ଶୀତକାଳ ପାଇଁ ବନ୍ଦ ହେଲା ହେମକୁଣ୍ଡ ସାହିବ ଗୁରୁଦ୍ବାର

author img

By

Published : Oct 10, 2020, 4:44 PM IST

ଡେରାଡୁନ: ଶିଖ୍ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥାନ ହେମକୁଣ୍ଡ ଶୀତଦିନ ପାଇଁ ଶନିବାର ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଯାଇଛି । ତେବେ ଶେଷ ଦିନରେ ପ୍ରାୟ 1350 ଜଣ ଶିଖ୍ ଶ୍ରଦ୍ଧାଳୁ ଗୁରୁଦ୍ବାରକୁ ଉପାସନା ପାଇଁ ଆସିଥିଲେ ବୋଲି ସୂଚନା ମିଳିଛି ।

ଶନିବାର ଅପରାହ୍ନ ପ୍ରାୟ 1ଟା 30 ମିନିଟରେ ହେମକୁଣ୍ଡ ସାହିବ ଗୁରୁଦ୍ବାରକୁ ଶୀତଦିନ ପାଇଁ ବନ୍ଦ କରାଯାଇଥିଲା । ଏହି ଗୁରୁଦ୍ବାରର ବନ୍ଦ ହେବା ପ୍ରକ୍ରିୟା ଶନିବାର ସକାଳ ସମୟରୁ ଆରମ୍ଭ ହୋଇଯାଇଥିଲା । ସକାଳ 9ଟା 30ମିନିଟରେ ପ୍ରଥମ ପ୍ରାର୍ଥନା ସଭା ହୋଇଥିଲା । ଏହା ପରେ 10ଟାରେ ସୁଖମଣି ପାଠ, 11ଟାରେ କୀର୍ତ୍ତନ ଏବଂ ମଧ୍ୟାହ୍ନ 12ଟା 30ରେ ଚଳିତ ବର୍ଷର ଶେଷ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହା ପରେ ସମସ୍ତ ରୀତି ନୀତି ସହ ହେମକୁଣ୍ଡ ସାହିବ ଗୁରୁଦ୍ବାରକୁ ଶୀତଦିନ ପାଇଁ ବନ୍ଦ କରାଯାଇଛି ।

କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ସେପ୍ଟେମ୍ବର 4ତାରିଖରେ ଶ୍ରଦ୍ଧାଳୁମାନଙ୍କ ପାଇଁ ହେମକୁଣ୍ଡ ସାହିବ ଗୁରୁଦ୍ବାର ଖୋଲା ଯାଇଥିଲା । ଏହି 36 ଦିନ ମଧ୍ୟରେ ପ୍ରାୟ 8500 ଶ୍ରଦ୍ଧାଳୁ ଉପାସନା ପାଇଁ ଗୁରୁଦ୍ବାରକୁ ଆସିଥିଲେ । କିନ୍ତୁ ପ୍ରତିବର୍ଷ 2ଲକ୍ଷ 39ହଜାରରୁ ଅଧିକ ଶିଖ୍ ଶ୍ରଦ୍ଧାଳୁ ଉପାସନା ଲାଗି ହେମକୁଣ୍ଡ ସାହିବକୁ ଆସିଥାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ହେମକୁଣ୍ଡ ସାହିବ ଗୁରୁଦ୍ବାର ନିକଟରେ ଥିବା ହିନ୍ଦୁଙ୍କର ଉପାସନା ପୀଠ ଲୋକପାଳ ଲକ୍ଷ୍ମଣ ମନ୍ଦିରକୁ ସମସ୍ତ ରୀତି ନୀତି ସହକାରେ ଶୀତଦିନ ପାଇଁ ବନ୍ଦ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.