ETV Bharat / bharat

ସୋରେନଙ୍କ ଶପଥ ଗ୍ରହଣ ଉତ୍ସବକୁ ସୋନିଆ-ରାହୁଲଙ୍କୁ ନିମନ୍ତ୍ରଣ

author img

By

Published : Dec 26, 2019, 11:58 AM IST

ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟି ଶପଥ ଗ୍ରହଣ ଉତ୍ସବକୁ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ହେମନ୍ତ ସୋରେନ । ଆସନ୍ତା 29ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ବାଧୀନ ମେଣ୍ଟର ନେତା ହେମନ୍ତ ସୋରେନ । ଅଧିକ ପଢନ୍ତୁ...

hemant-soren-invited-sonia-gandhi-and-rahul-gandhi-to-his-oath-taking-ceremony
ସୋରେନଙ୍କ ଶପଥ ଗ୍ରହଣ ଉତ୍ସବାକୁ ସୋନିଆ-ରାହୁଲଙ୍କୁ ନିମନ୍ତ୍ରଣ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ-କଂଗ୍ରେସ-ଆରଜେଡିର ବଡ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଥିବା ହେମନ୍ତ ସୋରେନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ସୋରେନ ଦିଲ୍ଲୀରେ ସୋନିଆଙ୍କୁ ଭେଟି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ସୋନିଆ ଗାନ୍ଧୀ ନିମନ୍ତ୍ରଣ ଦେଇଛନ୍ତି । ଏହାସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି ହେମନ୍ତ ।

ସୋନିଆଙ୍କ ବାସଭବନରେ ହୋଇଥିବା ଏହି ସାକ୍ଷାତକାର ସମୟରେ କଂଗ୍ରେସର କିଛି ହେଭିୱେଟ ନେତା ମଧ୍ୟ ଉପସ୍ଥିତ ରହିଥିଲେ । ସୋରେନ ସେମାନଙ୍କ ସହ ରାଜ୍ୟରେ ସରକାର ଗଠନକୁ ନେଇ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରିଛନ୍ତି । ଝାଡଖଣ୍ଡରେ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବିଧାୟକ ଦଳନେତା ଭାବେ ନିର୍ବାଚିତ ହେବାପରେ ହେମନ୍ତ 50 ବିଧାୟକଙ୍କ ସମର୍ଥନ ସହ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆସନ୍ତା 29 ତାରିଖ ରବିବାର ଦିନ ଏକ ସ୍ବତନ୍ତ୍ର ଉତ୍ସବରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.