ETV Bharat / bharat

ସାଂସଦ ମଞ୍ଚରୁ କରୁଥିଲେ ମୋଦି ସରକାରଙ୍କ ଗୁଣାଗାନ, ଛାଡି ପଳାଇଲେ ହେଲିକପ୍ଟର - delay

ସାଂସଦ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପୁଅଙ୍କୁ ନିର୍ବାଚନୀ ସଭାରେ ଛାଡି ହେଲିକ୍ୟାପ୍ଟର ଉଡାନ ଭରିଥିଲା । ସେ କୌଶାମ୍ବୀରୁ ବିଜେପି ପ୍ରାର୍ଥୀ ବିନୋଦ ସୋନକରଙ୍କ ପ୍ରଚାର ପାଇଁ ହେଲିକ୍ୟାପ୍ଟର ମାଧ୍ୟମର କୋସମ ଇନାମ ଗାଁରେ ପହଞ୍ଚିଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 30, 2019, 1:02 AM IST

ନୂଆଦିଲ୍ଲୀ: ନିର୍ବାଚନରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ଖୁବ ମଜାଦାୟକ । ଏପରି ଏକ ଦୃଶ୍ୟ ଉତ୍ତର ପ୍ରଦେଶର କୌଶାମ୍ବୀରେ ଦେଖିବାକୁ ମିଳିଛି । ଏହି ଅଞ୍ଚଳର ସାଂସଦ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପୁଅଙ୍କୁ ନିର୍ବାଚନୀ ସଭାରେ ହେଲିକପ୍ଟର ଛାଡି ପଳାଇଥିଲା ।

ମୁଖ୍ୟତଃ ବିଷୟଟା ଏପରିଥିଲା ଯେ ସାଂସଦ ରାଜବୀର ସିଂ କୌଶାମ୍ବୀ ଜିଲ୍ଲା ସ୍ଥିତ କୋସମ ଇନାମ ଗାଁରେ ନିର୍ବାଚନୀ ଭାଷଣ ଦେଉଥିଲେ । ସେ କୌଶାମ୍ବୀରୁ ବିଜେପି ପ୍ରାର୍ଥୀ ବିନୋଦ ସୋନକରଙ୍କ ପ୍ରଚାର ପାଇଁ ହେଲିକପ୍ଟରରେ ସେଠାରେ ପହଞ୍ଚିଥିଲେ ।ସେ ନିଜ ଭାଷଣରେ ମୋଦି ସରକାରଙ୍କ ନୀତିଗୁଡିକ ବଖାଣିଥିଲେ । ସେ ଭାଷଣରେ ଏତେ ମସଗୁଲ ହୋଇଯାଇଥିଲେ ଯେ ତାଙ୍କୁ ଠିକ ସମୟରେ ହେଲିକପ୍ଟର ଧରିବାର ଅଛି, ତାହା ଭୁଲି ଯାଇଥିଲେ । ତାଙ୍କୁ ବାରମ୍ବାର ହେଲିକପ୍ଟରର ଉଡାନ ଭରିବାର ସମୟ ହୋଇଯାଇଛି ବୋଲି ସୂଚନା ଦେଲେ ମଧ୍ୟ ଆହୁରି ୧୦ ମିନିଟ, ଆହୁରି ୧୦ ମିନିଟ କରୁଥିଲେ ।

ଅନ୍ୟପକ୍ଷେ ହେଲିକପ୍ଟର ପାଇଲଟଙ୍କୁ ଆଗାମୀ ଉଡାଣ ପାଇଁ ବିଳମ୍ବ ହେଉଥିଲା । ତେଣୁ ସେ ବାଧ୍ୟ ହୋଇ ରାଜବୀରଙ୍କୁ ସେଠାରେ ଛାଡି ଲକ୍ଷ୍ନୌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ହେଲିକପ୍ଟରର ଉଡାଣ ନିର୍ଦ୍ଧାରିତ ସମୟରେ ହିଁ ହୋଇଥାଏ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.