ହାଇଦ୍ରାବାଦ: ଓସମାନିଆ ଜେନରାଲ ହସ୍ପିଟାଲର ସ୍ଥିତି ସଙ୍ଗୀନ । ପ୍ରବଳ ବର୍ଷା ହେଲେ ଡାକ୍ତରଖାନାରେ ପଶୁଛି ପାଣି । ବର୍ଷା ପାଣି ସହ ଡ୍ରେନ ପାଣି ମଧ୍ୟରେ ରହୁଛନ୍ତି ରୋଗୀ । ସପ୍ତାହ ମଧ୍ୟରେ ଏପରି ସ୍ଥିତି 2ୟ ଥର ପାଇଁ ଉପୁଜିଛି । ରୋଗୀଙ୍କ କକ୍ଷକୁ ଯେପରି ଏହି ପାଣି ନପଶେ ସେନେଇ ଓ୍ବାର୍ଡବଏ ଓ ସଫେଇ କର୍ମଚାରୀ ବାଲିବସ୍ତା ପକାଇଥିଲେ କିନ୍ତୁ କିଛି ସୁଫଳ କିଛି ମିଳିନାହିଁ ।
110ବର୍ଷର ପୁରୁଣା ଡାକ୍ତରଖାନାରେ ଛାତର ସ୍ଥିତି ଭଲ ନାହିଁ ଏଥିସହ ଡ୍ରେନଜ ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ । ଫଳରେ ରୋଗୀମାନେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଛନ୍ତି । ତେବେ ଡାକ୍ତରଖାନାର ଏଭଳି ପରିସ୍ଥିତିକୁ ବିରୋଧ ଦଳରେ ନେତାମାନେ ନିନ୍ଦା କରିଛନ୍ତି । ବିଜେପି ନେତା ହସ୍ପିଟାଲର ପରିଦର୍ଶନରେ ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ