ETV Bharat / bharat

ତାମିଲନାଡୁରେ ପ୍ରବଳ ବର୍ଷା; ସ୍କୁଲ-କଲେଜ ବନ୍ଦ, 1 ମୃତ

author img

By

Published : Dec 2, 2019, 8:32 AM IST

Updated : Dec 2, 2019, 9:36 AM IST

ଉତ୍ତର-ପୂର୍ବ ମୌସୁମୀ କାରଣରୁ ତାମିଲନାଡୁ ଓ ପଣ୍ଡିଚେରୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ରଖି  ସୋମବାର ରାଜ୍ୟର କିଛି ଜିଲ୍ଲାରେ ସ୍କୁଲ-କଲେଜକୁ ଛୁଟି ଘୋଷଣା କରାଯାଇଛି ।

heavy rain
ଫଟୋ ସୌଜନ୍ୟ: ଇଟିଭି ଭାରତ

ଚେନ୍ନାଇ: ତାମିଲନାଡୁରେ ପ୍ରବଳ ବର୍ଷା । ଉତ୍ତର-ପୂର୍ବ ମୌସୁମୀ କାରଣରୁ ତାମିଲନାଡୁ ଓ ପଣ୍ଡିଚେରୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟର କିଛି ଜିଲ୍ଲାରେ ସ୍କୁଲ-କଲେଜକୁ ଛୁଟି ଘୋଷଣା କରାଯାଇଛି । ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଆଗାମୀ ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟର ତତୁକୁଡି, ରାମନାଥପୁରମ, ତିରୁଭଲ୍ଲୁରର, ଚେନ୍ନାଇ, କାଞ୍ଚିପୁରମ, କୁଡ୍ଡଲୋର ସ୍କୁଲ ବନ୍ଦ ରହିବ ଏବଂ ପଡୋଶୀ ପୁଡୁଚେରୀ ରାଜ୍ୟର ମଧ୍ୟ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଅନ୍ୟପଟେ ପ୍ରବଳ ବର୍ଷାକୁ ନଜରରେ ରଖି ମାଡ୍ରାସ ଏବଂ ଆନ୍ନା ବିଶ୍ବବିଦ୍ୟାଳୟର ପରୀକ୍ଷକୁ ବାତିଲ ରଖାଯାଇଛି । ତେବେ ତାମିଲନାଡୁର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ମନ୍ତ୍ରୀ ଆରବି ଉଦୟ କୁମାରଙ୍କ କହିବା ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ କଡଲୁର ଜିଲ୍ଲାର ତଳିଆ ଅଞ୍ଚଳର ପାଖାପାଖି 800 ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେ ବି ରାଜ୍ୟର ବିଭିନ୍ନ ଜିଲ୍ଲା ଜଳମଗ୍ନ ଅବସ୍ଥାରେ ରହିଛି । ସେହିପରି ଚେନ୍ନାଇର ବିଭିନ୍ନ ଅଞ୍ଚଳର ରାଜରାସ୍ତାରେ ପାଣି ଜମି ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଆରବସାଗରରେ ଚାପର କେନ୍ଦ୍ର ଯୋଗୁଁ ବାୟୁର ଗତି ବଢ଼ିବାର ସମ୍ଭାବନା ଦେଖାଯାଉଛି । ଯାହାର ପ୍ରଭାବରେ ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏନେଇ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Intro:Body:

BLANK FOR LINK 

Conclusion:
Last Updated : Dec 2, 2019, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.