ETV Bharat / bharat

ଆଜି ପ୍ରବଳ ବର୍ଷିବ, IMDର ରେଡ ଆଲର୍ଟରେ କିଛି ରାଜ୍ୟ - imd-issued-red-alert

ରବିବାର ରାଜ୍ୟର କିଛି ସ୍ଥାନକୁ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି। ମୌସୁମୀ ଓ ପ୍ରାକ୍ ମୌସୁମୀର ସକ୍ରିୟ ହେବା ଫଳରେ କିଛି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି ପ୍ରବଳ ବର୍ଷିବ, IMDର ରେଡ ଆଲର୍ଟରେ ଅନେକ ରାଜ୍ୟ

author img

By

Published : Jun 14, 2020, 8:32 AM IST

ନୂଆଦିଲ୍ଲୀ: ରାଜ୍ୟର କିଛି ସ୍ଥାନ ଖରାରେ ଜଳୁଥିଲା ବେଳେ ଆଉ କିଛି ରାଜ୍ୟ ବର୍ଷାରେ ଭିଜୁଛି। ମୌସୁମୀ ଓ ପ୍ରାକ୍ ମୌସୁମୀର ସକ୍ରିୟ ହେବା ଫଳରେ କିଛି ରାଜ୍ୟରେ ବର୍ଷା ଆରମ୍ଭ ହୋଇଗଲାଣି।

ତେବେ ରବିବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ସେହି ସବୁ ରାଜ୍ୟ ଗୁଡିକ ହେଲା ତେଲେଙ୍ଗାନା, କର୍ଣ୍ଣାଟକ, ଗୋଆ ଏବଂ କୋଙ୍କଣ ଅଞ୍ଚଳ।

ସେହିପରି ରାଜଧାନୀ ଦିଲ୍ଲୀ, ଜମ୍ମୁ ଓ କାଶ୍ମୀର, ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନର ପ୍ରବଳ ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ରହିଛି। ଅନ୍ୟପଟେ ରାଜସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଉତ୍ତାପ ଲହରୀ ଜୁନ୍ 13 ରୁ 16 ମଧ୍ୟରେ ଅନୁଭୂତ ହେବ।

ଏହି ବର୍ଷାରୁ ଖରିଫ ଫସଲ ଯଥେଷ୍ଟ ରକ୍ଷା ପାଇବ ବୋଲି କୃଷକମାନେ ଆଶା ପ୍ରକଟ କରିଛନ୍ତି। ଆସନ୍ତା ତିନି ଦିନ ମଧ୍ୟରେ ମହାରାଷ୍ଟ୍ରର କେନ୍ଦ୍ରୀୟ ମହାରାଷ୍ଟ୍ର, ମରାଠୱାଡା ଏବଂ ବିଦର୍ଭ ଜିଲ୍ଲାରେ ମଧ୍ୟ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ ଅନୁଯାୟୀ, ଜୁନ୍ 14 ରୁ ପଶ୍ଚିମବଙ୍ଗ, ବିହାର ଏବଂ ଝାଡଖଣ୍ଡରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳେ। ଏହି ସପ୍ତାହରେ ମଧ୍ୟ ମୌସୁମୀ ଏହି ରାଜ୍ୟଗୁଡିକରେ ପହଞ୍ଚିପାରେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.