ETV Bharat / bharat

‘22 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଭୋଜନ ଯୋଗାଉଛି କେନ୍ଦ୍ର’ - ପ୍ରବାସୀ ଶ୍ରମିକଙ୍କ ପଳାୟନ

କୋରୋନା ଭାଇରସ କାରଣରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶ ଲକ୍ ଡାଉନ୍ । ଅନ୍ୟ ପକ୍ଷେ ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଯାଚିକାକୁ ନେଇ ଆଗାମୀ ଅପ୍ରେଲ 7ରେ ଶୁଣାଣି କରାଯିବ ।

hearing begins in sc
କୋରୋନା ଭାଇରସ
author img

By

Published : Mar 31, 2020, 7:58 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ କାରଣରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶ ଲକ୍ ଡାଉନ୍ । ଅନ୍ୟ ପକ୍ଷେ ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଯାଚିକାକୁ ନେଇ ଆଗାମୀ ଅପ୍ରେଲ 7ରେ ଶୁଣାଣି କରାଯିବ ।

ଆଜି(ମଙ୍ଗଳବାର)ଓକିଲ ଏ.ଆର୍ ଶ୍ରୀବାସ୍ତବଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି । ତେବେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଣାଣି କରାଯାଇଛି । ଲକ୍ ଡାଉନ୍ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ଭୋଜନ ଆଶ୍ରୟ ପ୍ରଦାନ କରିବାକୁ କୁହାଯାଇଛି । ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟକୁ ଆନ୍ତଃରାଜ୍ୟ ପ୍ରବାସୀଙ୍କ ରାଜ୍ୟ ପ୍ରବେଶରେ ପ୍ରତିବନ୍ଧ ଲଗାଇବାକୁ କହିଛନ୍ତି ।

ପୂର୍ବ ଜନଗଣନା ଅନୁସାରେ, ପ୍ରାୟ 4.14 କୋଟି ଲୋକ ଯେଉଁମାନେ କାମ ପାଇଁ ବାହାରକୁ ଯାଉଛନ୍ତି ବର୍ତ୍ତମାନ ସେମାନେ ଫେରୁଛନ୍ତି । ତୁଷାର ମେହେତା କହିଛନ୍ତି ଯେ, 22 ଲକ୍ଷ 88 ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଅଭାବୀ ଲୋକ, ପ୍ରବାସୀ ତଥା ଗ୍ରାମାଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି ।

ମୁଖ୍ୟ ବିଚାରପତି ଏସ ଏ ବୋବଡେ, ବିଚାରପତି ଏଲ୍ ନାଗେଶ୍ବର ରାଓ ଶୁଣାଣି କରିବା ସମୟରେ କୌଣସି ନିର୍ଦ୍ଦେଶ ଦେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ବାଧା ନଆଣିବା ପାଇଁ କହିଥିଲେ । କେନ୍ଦ୍ରର ସ୍ଥିତି ରିପୋର୍ଟ ପରେ ଏହି ଯାଚିକାର ଶୁଣାଣି କରାଯିବ ।

କୋରୋନା ଭାଇରସକୁ ରୋକିବା ପାଇଁ ଶ୍ରମିକଙ୍କ ପଳାୟନ ରୋକିବା ନିହାତି ଜରୁରୀ ଓ ଏଥିପାଇଁ କେନ୍ଦ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ବୋଲି ତୁଷାର ମେହେତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.