ETV Bharat / bharat

20ଟି କୋରୋନା ସଂକ୍ରମିତ ଜିଲ୍ଲାରେ ନିୟୋଜିତ ହେବେ ସ୍ବତନ୍ତ୍ର ଦଳ

author img

By

Published : May 4, 2020, 8:43 AM IST

ଦେଶରେ ଏପରି କିଛି ଜିଲ୍ଲା ଅଛି ଯେଉଁଠି କୋରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ଦିନକୁ ଦିନ କୋରୋନା ମାମଲା ବୃଦ୍ଧି ପାଇଥିବାରେ ଲାଗିଛି ଯାହା ଏବେ ସରକାରଙ୍କ ମୁଣ୍ଡବିନ୍ଧା ପାଲଟିଛି ।

public health teams in 20 districts
କୋରୋନା ସଂକ୍ରମିତ ଜିଲ୍ଲା

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 40 ହଜାରରୁ ଅଧିକ । ଏହି ମହାମାରୀ ହେତୁ ଏପର୍ଯ୍ୟନ୍ତ 1300 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଦେଶରେ ଏପରି କିଛି ଜିଲ୍ଲା ଅଛି ଯେଉଁଠି କୋରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ଦିନକୁ ଦିନ ବୃଦ୍ଧି ପାଉଥିବା ମାମଲା ମଧ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବର୍ତ୍ତମାନ ଦେଶର 20 ଟି ପ୍ରଭାବିତ ଜିଲ୍ଲାରେ ସ୍ବତନ୍ତ୍ର ଦଳ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।

ରାଜ୍ୟଗୁଡିକର ସ୍ବାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବା ପାଇଁ ଏହି ଟିମ୍ ନିୟୋଜିତ କରାଯାଉଛି । ଏହି ଦଳଗୁଡିକ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ତରର ଅଧିକାରୀମାନଙ୍କୁ ରିପୋର୍ଟ କରିବେ। ଏଥିସହ ଦଳମାନେ କୋରୋନା ରୋଗୀଙ୍କ ଚିକିତ୍ସା ସହ ଜଡିତ ପରାମର୍ଶ ମଧ୍ୟ ପ୍ରଦାନ କରିବେ। ଏଥିସହ କୋଭିଡ-19 ଡାକ୍ତରଖାନା ବି ପରିଦର୍ଶନ କରିବେ।

ମୁମ୍ବାଇ, ପୁଣେ, ଥାନେ, ଅହମ୍ମଦାବାଦ, ସୁରାଟ, ଭଡୋଦରା, ଇନ୍ଦୋର, ଭୋପାଳ, ଜୟପୁର, ଯୋଧପୁର, ଚେନ୍ନାଇ, ହାଇଦ୍ରାବାଦ, ଆଗ୍ରା, ଲକ୍ଷ୍ନୌ, କୋଲକାତା, କୁର୍ନୁଲ (ଆନ୍ଧ୍ରପ୍ରଦେଶ), କୃଷ୍ଣା (ଆନ୍ଧ୍ରପ୍ରଦେଶ), ଗୁଣ୍ଟୁର (ଆନ୍ଧ୍ରପ୍ରଦେଶ), ଦିଲ୍ଲୀ (ଦକ୍ଷିଣ-ପୂର୍ବ) ଓ ସେଣ୍ଟ୍ରାଲ୍ ଦିଲ୍ଲୀ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଜନସ୍ବାସ୍ଥ୍ୟ ଦଳ ନିୟୋଜନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଅଧିକାରୀ କହିଛନ୍ତି ଯେ କୋରୋନା ସଂକ୍ରମଣକୁ ରୋକିବାରେ ଏହି ଦଳ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.