ETV Bharat / bharat

ହାତ ତିଆରି ମାସ୍କ ବ୍ୟବହାର ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଆଡଭାଇଜରୀ - corona virus in india

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଘରେ ତିଆରି ମାସ୍କ ବ୍ୟବହାର ଉପରେ ନିର୍ଦ୍ଦେଶାନାମା ଜାରି କରିଛି । ହାତ ତିଆରି ମାସ୍କ କେବଳ ସାଧାରଣ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏହାକୁ ରୋଗୀ, ଡାକ୍ତର କିମ୍ବା ସ୍ବାସ୍ଥ୍ୟ ସେବାରେ ନିୟୋଜିତ ରହିଥିବା ବ୍ୟକ୍ତି ମାନଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

health ministry issues advisory on use of homemade face masks
ହାତ ତିଆରି ମାସ୍କ ବ୍ୟବହାର ଉପରେ ନିର୍ଦ୍ଦେଶାନାମା ଜାରିକଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
author img

By

Published : Apr 4, 2020, 7:18 PM IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଘରେ ତିଆରି ମାସ୍କ ବ୍ୟବହାର ଉପରେ ନିର୍ଦ୍ଦେଶାନାମା ଜାରି କରିଛି । ହାତ ତିଆରି ମାସ୍କ କେବଳ ସାଧାରଣ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏହାକୁ ରୋଗୀ, ଡାକ୍ତର କିମ୍ବା ସ୍ବାସ୍ଥ୍ୟ ସେବାରେ ନିୟୋଜିତ ରହିଥିବା ବ୍ୟକ୍ତି ମାନଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ‘ଆମେ ଜାଣୁ ଯେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଏବଂ ବ୍ୟକ୍ତିଗତ ସ୍ବଚ୍ଛତା ଜରୁରୀ । କେତେକ ଦେଶ ସାଧାରଣ ଜନତାଙ୍କ ପାଇଁ ହାତ ତିଆରି ମାସ୍କର ଉପଯୋଗିତା ରହିଥିବା ପ୍ରକାଶ କରିଛନ୍ତି । ବ୍ୟକ୍ତିଗତ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏହିପରି ଘରୋଇ ମାସ୍କ ଏକ ଭଲ ପଦ୍ଧତି । ’ଏହିପରି ବ୍ୟବହାର ନିଶ୍ଚିତ ଭାବରେ ହେବ। ସାମଗ୍ରିକ ସ୍ବଚ୍ଛତା ବଜାୟ ରଖିବାରେ ସାହାଯ୍ୟ କରିବ । କିନ୍ତୁ ଏହା ଅତି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି ।

ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେ, ଯେଉଁମାନେ କୋରୋନାରେ ପୀଡିତ ନୁହଁନ୍ତି କିମ୍ବା ନିଶ୍ବାସ ନେବାରେ ଅସୁବିଧା ଭୋଗୁଛନ୍ତି, ସେମାନେ ହାତ ତିଆରି ମାସ୍କ ବ୍ୟବହାର କରିପାରିବେ, ବିଶେଷ କରି ଯେତେବେଳେ ସେମାନେ ଘରୁ ବାହାରକୁ ଯାଆନ୍ତି । ଏହା ସେମାନଙ୍କ ସୁରକ୍ଷା ପାଇଁ ସହାୟକ ହେବ |

କିନ୍ତୁ ଏହି ମାସ୍କ ସ୍ବାସ୍ଥ୍ୟ କର୍ମୀ କିମ୍ବା କୋରୋନା ରୋଗୀଙ୍କ ସହିତ ଯୋଗାଯୋଗରେ ରହୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହାକୁ ମଧ୍ୟ ରୋଗୀଙ୍କ ସହିତ ଯୋଗାଯୋଗ କରୁଥିବା ବ୍ୟକ୍ତିଙ୍କ ପାଇଁ ସୁପାରିଶ କରାଯାଏ ନାହିଁ କିମ୍ବା ନିଜେ ରୋଗୀ ବ୍ୟବହାର କରିପାରିବେ ନାହିଁ । କାରଣ ଏହି ବର୍ଗର ଲୋକମାନେ ନିର୍ଦ୍ଦିଷ୍ଟ ପ୍ରତିରକ୍ଷା ସଂପନ୍ନ ସୁରକ୍ଷା ବ୍ୟବସ୍ଥା ଧାରଣ କରିବା ଆବଶ୍ୟକ ବୋଲି ପରାମର୍ଶଦାତା ଉଲ୍ଲେଖ କରିଛନ୍ତି ।

ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେ, ଏହିପରି ଦୁଇଟି ମାସ୍କ ତିଆରି କରାଯାଉ ଯାହା ଦ୍ବାରା ଅନ୍ୟଟି ବ୍ୟବହାର କରାଯାଉଥିବାବେଳେ ଅନ୍ୟଟି ଧୋଇ ହୋଇପାରିବ । ମାସ୍କ ବ୍ୟବହାର କରୁଥିଲେ ମଧ୍ୟ ହାତ ଧୋଇବା ଅତ୍ୟାବଶ୍ୟକ ମାନଦଣ୍ଡ ହୋଇ ରହିବ । ମାସ୍କ ପିନ୍ଧିବା ପିନ୍ଧିବା ପୂର୍ବରୁ ହାତ ଧୋଇବା ଉଚିତ | ଏପରିକି ବ୍ୟବହାର ପରେ ମାସ୍କକୁ ଏଣେତେଣେ ଫୋପାଡି ଦିଆଯିବା ଉଚିତ୍ ନୁହେଁ । ଏହାକୁ ସୁରକ୍ଷିତ ଭାବରେ ରଖିବା ସାବୁନ ଏବଂ ଗରମ ପାଣିରେ ଧୋଇବା ଏବଂ ବ୍ୟବହାର ହେବା ପୂର୍ବରୁ ସଠିକ ଭାବରେ ଶୁଖାଇବା ଉଚିତ |

ଘରେ ଉପଲବ୍ଧ ସଫା କପଡ଼ାରୁ ଏହି ମାସ୍କ ଗୁଡିକ ତିଆରି କରାଯାଇପାରେ । ମାସ୍କ ସିଲେଇ କିମ୍ବା ତିଆରି କରିବା ପୂର୍ବରୁ ଭଲ ଭାବରେ ସଫା କରି ଧୋଇବା ଆବଶ୍ୟକ | ମାସ୍କକୁ ଏପରି ପ୍ରସ୍ତୁତ କରାଯିବା ଉଚିତ ଯେପରି ଏହା ପାଟି ଏବଂ ନାକକୁ ସଂପୂର୍ଣ୍ଣ ଭାବେ ଆଚ୍ଛାଦନ କରିପାରିବ ଓ ସହଜରେ ମୁହଁରେ ବାନ୍ଧି ହୋଇପାରିବ ବୋଲି ପରାମର୍ଶଦାତା କହିଛନ୍ତି ।

ଅନ୍ୟପକ୍ଷରେ ଜଣଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ମାସ୍କକୁ ଅନ୍ୟ ଜଣେ ବ୍ୟବହାର କରିବା କଥା ନୁହେଁ । ତେଣୁ ପରିବାରରେ ପ୍ରତ୍ୟେକ ସଦସ୍ୟଙ୍କର ଅଲଗା ରହିବା ନିହାତି ଆବଶ୍ୟକ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.