ETV Bharat / bharat

କୋରୋନା ମୁକାବିଲାରେ ଅନ୍ୟ ମାନଙ୍କ ପାଇଁ ‘କର୍ଣ୍ଣାଟକ ମଡେଲ’ - health ministry

ଦେଶରେ କୋରୋନା ସଂକ୍ରମଣର ବଢୁଥିବା ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ମହାମାରୀର ବିସ୍ତାରକୁ ରୋକିବା ପାଇଁ ସମସ୍ତ ରାଜ୍ୟକୁ ‘କର୍ଣ୍ଣାଟକ ମଡେଲ’ ଗ୍ରହଣ କରିବାକୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ କର୍ଣ୍ଣାଟକର 2ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଛି ।

କୋରୋନା ମୁକାବିଲା
କୋରୋନା ମୁକାବିଲା
author img

By

Published : Jun 20, 2020, 5:17 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ବଢୁଥିବା ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ମହାମାରୀର ବିସ୍ତାରକୁ ରୋକିବା ପାଇଁ ସମସ୍ତ ରାଜ୍ୟକୁ ‘କର୍ଣ୍ଣାଟକ ମଡେଲ’ ଗ୍ରହଣ କରିବାକୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ କର୍ଣ୍ଣାଟକର 2ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଛି । ଏଥିରେ ଏକ ବଡ ସ୍ତରରେ ସଂକ୍ରମଣ ଟ୍ରେସିଂ ଓ ଘର-ଘର ବୁଲି ସର୍ଭେ ଜଡିତ । କର୍ଣ୍ଣାଟକ ସରକାର ପ୍ରାୟ 1.5 କୋଟି ଘରେ ସର୍ଭେ କରିଛନ୍ତି।

ଦେଶରେ କୋରୋନା ଭାଇରସ ସଂକ୍ରମଣ ହେତୁ ମୃତ୍ୟୁର ପ୍ରଥମ ଘଟଣା ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ କର୍ଣ୍ଣାଟକରେ ଆସିଥିଲା। ସେବେଠାରୁ କର୍ଣ୍ଣାଟକରେ ମାମଲା ବଢିଚାଲିଛି କିନ୍ତୁ ଅନ୍ୟାନ୍ୟ ବଡ ରାଜ୍ୟ ଅପେକ୍ଷା ସେଠାରେ ସ୍ଥିତି ଭଲ ଅଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ପ୍ରାୟ 8,000 ମାମଲା ସାମ୍ନାକୁ ଆସିଛି । ଏଥିରୁ ପ୍ରାୟ 5000 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ 114 ଜଣଙ୍କର ମୃତ୍ୟୁ ହୋଇଛି।

ଶୁକ୍ରବାର ଏକ ବିବୃତ୍ତିରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କର୍ଣ୍ଣାଟକ ସରକାରଙ୍କ ପଦ୍ଧତିର ପ୍ରଶଂସା କରିଥିଲେ। ମନ୍ତ୍ରଣାଳୟ କର୍ଣ୍ଣାଟକ ସରକାରଙ୍କ ପ୍ରାଥମିକ ଓ ଦ୍ବିତୀୟ ସଂକ୍ରମଣର ମଧ୍ୟ ଭଲ ଭାବେ ଟ୍ରେସିଂ କରି ସମସ୍ତ ରାଜ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ କେନ୍ଦ୍ର ଅନ୍ୟ ରାଜ୍ୟଙ୍କୁ ମଧ୍ୟ ଏହି ବ୍ୟବସ୍ଥା ଗ୍ରହଣ କରିବାକୁ କହିଛି ।

ଏହାସହ କର୍ଣ୍ଣାଟକ କ୍ବାରେଣ୍ଟାଇନ୍ ଟ୍ରେସିଂ ଆପ୍ ଜରିଆରେ ଫ୍ରଣ୍ଟଲାଇନ୍ କର୍ମଚାରୀ କ୍ବାରେଣ୍ଟାଇନରେ ଥିବା ରୋଗୀଙ୍କ ଉପରେ ନଜର ରଖିପାରିଲେ । ଏହାସହ କ୍ବାରେଣ୍ଟାଇନ ନିୟମରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଫଳରେ କୋରୋନା ସଂକ୍ରମଣ ବ୍ୟାପିବାରୁ ରୋକାଯାଇପାରିଛି । ଅନ୍ୟପକ୍ଷେ ଟେଲିଫୋନ୍ ମାଧ୍ୟମରେ ଡାକ୍ତରମାନେ ଲୋକଙ୍କ ସମସ୍ୟାର ସମାଧାନ କରିଥିଲେ । ଏହାସହ ଯଦି ହୋମ୍ କ୍ବାରେଣ୍ଟାଇନରେ ଥିବା ଲୋକଙ୍କ ବିରୋଧରେ ଅଭିଯୋଗ ଆସେ , ତେବେ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.