ETV Bharat / bharat

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ: ରିସୋର୍ଟ ଗଲେ ଆଉ 7 ବିଧାୟକ - seven more gujarat mlas move to rajasthans resort

ଗୁଜୁରାଟ କଂଗ୍ରେସ ରବିବାର ଆଉ 7 ଜଣ ବିଧାୟକଙ୍କୁ ରିସୋର୍ଟ ସ୍ଥାନାନ୍ତର କରିଛି । ରାଜସ୍ଥାନର ଆବୁ ରୋଡରେ ଥିବା ପ୍ରାଇଭେଟ ରିସୋର୍ଟକୁ ସ୍ଥାନାନ୍ତର କରାଯାଇଛି । ଜୁନ 19ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ବିଧାୟକମାନେ ରିସୋର୍ଟରେ ରହିବେ ।

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ
ରାଜସ୍ଥାନ ରାଜ୍ୟସଭା ନିର୍ବାଚନ
author img

By

Published : Jun 14, 2020, 5:59 PM IST

ଜୟପୁର: ଗୁଜୁରାଟ କଂଗ୍ରେସ ରବିବାର ଆଉ 7 ଜଣ ବିଧାୟକଙ୍କୁ ରିସୋର୍ଟ ସ୍ଥାନାନ୍ତର କରିଛି । ରାଜସ୍ଥାନର ଆବୁ ରୋଡରେ ଥିବା ପ୍ରାଇଭେଟ ରିସୋର୍ଟକୁ ସ୍ଥାନାନ୍ତର କରାଯାଇଛି । ଜୁନ 19ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ବିଧାୟକମାନେ ରିସୋର୍ଟରେ ରହିବେ ।

ପୂର୍ବରୁ ମଧ୍ୟ 23 ବିଧାୟକଙ୍କୁ ରିସୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ବିଜେପି ବିଧାୟକଙ୍କୁ କିଣିବା ପାଇଁ ନିଜ ସାମର୍ଥ୍ୟ, ଶକ୍ତି ବ୍ୟବହାର କରୁଥିବାର କଂଗ୍ରେସ ବିଧାୟକ କିରିଟୀ ପଟେଲ ସୂଚନା ଦେଇଥିଲେ । ସେ କହିଛନ୍ତି, ଶାସକ ଦଳ ନିଜ କ୍ଷମତାର ଭୁଲ ବ୍ୟବହାର କରୁଛନ୍ତି ଓ କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ’। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଂଗ୍ରେସ ବିଧାୟକଙ୍କ ଉପରେ କୌଣସି ଚାପ ନାହିଁ ଓ ବିଧାୟକମାନେ ଏଠାକୁ ବୁଲିବାକୁ ଆସିଛନ୍ତି। ବିଜେପି ଆମ ବିଧାୟକଙ୍କ ଉପରେ ଚାପ ପକାଉଛି କିନ୍ତୁ ନେତାମାନେ ନିଜେ ହିଁ ରିସୋର୍ଟକୁ ଆସିଛନ୍ତି ଓ କେହି ସେମାନଙ୍କୁ ବାଧ୍ୟ କରିନାହାଁନ୍ତି ’।

ଏହି ରିସୋର୍ଟରେ ଥିବା 30 ଜଣ ବିଧାୟକଙ୍କ ନାମ ହେଉଛି ଚନ୍ଦନ ଠାକୁର, ଭାରତ ଠାକୁର, ଜେନିବେନ ଠାକୁର, ଶିବଭାଇ ଭୁରିଆ, ଗୁଲାବ ସିଂ ରାଜପୁତ, କାନ୍ତି ଖରାଡି, ସିଜେ ଛାୱଡା, ବାଲଦେବ ଠାକୁର, ରିତିକ୍ ମାକୱାନା, ରାଜେଶ ଗୋହିଲ, ମହେଶ ପଟେଲ, ରାଜେନ୍ଦ୍ର ସିଂ ଠାକୁର ଅଶ୍ବିନୀ କୋଟୱାଲ, ୱାଜେସି ପାନଡା, ଯଶୁଭାଇ ପଟେଲ, ନୌଶାଦ ସୋଲଙ୍କି, ଲଖଭାଇ ଭରୱାଡ, ନାଥଭାଇ ପଟେଲ, ସୁରେଶ ପଟେଲ, ଗିରିଟ ପଟେଲ, ଶୈଳେଶ ପରମାର, ହିମାତ ଭୋଇ ପଟେଲ, ଅନିଲ ଯୋଶୀ, କାଲୁସିନ ଦାବି, କାନ୍ତୀ ସୋଡା, ନିରଞ୍ଜନ ପଟେଲ, ଅଜିତିନହ ଚୌହାନ, କାନ୍ତି ଭାଇ ପରମାର ଓ ଜଶୱନ୍ତ ସିଂ ପାଧିଆର୍ ।

କଂଗ୍ରେସ ଏହାର 23 ଜଣ ବିଧାୟକଙ୍କୁ ରାଜସ୍ଥାନର ଏକ ଘରୋଇ ରିସୋର୍ଟକୁ ସ୍ଥାନାନ୍ତର କରିବା ପରେ ଲକଡାଉନ୍ ନିୟମ ଉଲ୍ଲଂଘନ କରାଯାଇଥିବା ନେଇ ପୋଲିସ ଅଭିଯୋଗ ଦାଖଲ କରିଥିଲା। ନଗରପାଳିକା ଅଧ୍ୟକ୍ଷ ସୁରେଶ ସିନ୍ଦଲ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମନୀଷ ମୋରୱାଲ ଓ ଅନ୍ୟ ଦଳର ନେତାମାନେ ରିସୋର୍ଟ ମାଲିକ ନାଁ ରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ।

ଜୁନ୍ 4 ରେ କଂଗ୍ରେସ ବିଧାୟକ ଅକ୍ଷୟ ପଟେଲ ଓ ଜିତୁ ଚୌଧୁରୀ, ଗୁଜୁରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାର ଗୋଟିଏ ଦିନ ପରେ ବ୍ରିଜେଶ ମର୍ଜା ମଧ୍ୟ ଦଳର ପ୍ରାଥମିକ ସଦସ୍ୟଙ୍କ ଠାରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.