ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ହାଇ ଭୋଲଟେଜ୍ ଡ୍ରାମା ଥମୁନଥିବାବେଳେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ମନାଇବାକୁ ଲାଗିଛନ୍ତି ମୁଖ୍ଯମନ୍ତ୍ରୀ କୁମାରସ୍ବାମୀ । ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକଙ୍କ ନେତୃତ୍ବ ନେଉଥିବା ରାମାଲିଙ୍ଗା ରେଡ୍ଡିଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିଛନ୍ତି କୁମାରସ୍ବାମୀ ।
ଶନିବାର କଂଗ୍ରେସର 8 ଏବଂ ଜେଡ଼ିଏସର 3 ବିଧାୟକ ଇସ୍ତଫା ପତ୍ର ନେଇ ବାଚସ୍ପତିଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ବାଚସ୍ପତି ଅନୁପସ୍ଥିତ ଥିବାରୁ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପତ୍ର ଗୃହୀତ ହୋଇପାରିନାହିଁ । ଏପଟେ ଆମେରିକା ଗସ୍ତରେ ଥିବା କୁମାରସ୍ବାମୀ ଖବର ପାଇ ରବିବାର ରାଜ୍ଯକୁ ଫେରିଆସିଛନ୍ତି ।
ସୂତା ଖିଅରେ ମେଣ୍ଟ ସରକାରର ଭାଗ୍ଯ ଅଟକିଥିବାବେଳେ ଅସନ୍ତୁଷ୍ଟ ବିଧାୟକଙ୍କୁ ସନ୍ତୁଷ୍ଟ କରାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଦ୍ରୋହୀ ନେତା ରାମାଲିଙ୍ଗାଙ୍କ ସହିତ ବେଙ୍ଗାଲୁରୁର ଏକ ଗୁପ୍ତ ସ୍ତାନରେ ଚଳାଇଛନ୍ତି ବୈଠକ ।