ଥାନେ: ହାଥରସ ଘଟଣାକୁ ନେଇ ଚାରିଆଡେ ନ୍ୟାୟ ପାଇଁ ଦାବି ଜୋର ଧରିଛି । ପ୍ରଶ୍ନ ଘେରକୁ ଆସିଛନ୍ତି ଖୋଦ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାର । ବିରୋଧୀ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରି ଚଳାଇଛନ୍ତି ଜୋରଦାର ପ୍ରଦର୍ଶନ । ଏପରିସ୍ଥିତିରେ ଥାନେରେ ରହୁଥିବା ହାଥରସ ପୀଡିତାଙ୍କ ଦାଦା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି ଚ୍ୟାଲେଞ୍ଜ ।
50 ଲକ୍ଷ ଟଙ୍କା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଛନ୍ତି ପୀଡିତାଙ୍କ ଦାଦା । ଘଟଣାକୁ ନେଇ ବେଶ ଦୁଃଖିତ ଅଛନ୍ତି ପୀଡିତାଙ୍କ ଦାଦା । ଯୋଗୀ ସରକାର ପୀଡିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ଉପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ