ETV Bharat / bharat

ହାଥରସ ମାମଲା: ସରିଲା ଏସଆଇଟିର ତଦନ୍ତ, ସନ୍ଧ୍ୟା ସୁଦ୍ଧା ଦାଖଲ କରିବ ରିପୋର୍ଟ

author img

By

Published : Oct 16, 2020, 1:02 PM IST

ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବା ହାଥରସ ଘଟଣାର ଆଜି ତଦନ୍ତ ସାରିଛି ଏସଆଇଟି ଟିମ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଗଠିତ ଏସଆଇଟି ଟିମ ସେପ୍ଟେମ୍ବର 30 ରେ ମାମଲାର ଯାଞ୍ଚ ଆରମ୍ଭ କରିଥିଲା । ଅଧିକ ପଢନ୍ତୁ...

ସରିଲା ଏସଆଇଟିର ତଦନ୍ତ
ସରିଲା ଏସଆଇଟିର ତଦନ୍ତ

ହାଥରସ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ସାରିଲା ଏସଆଇଟି ଟିମ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଗଠିତ ଏହି ଟିମ ତଦନ୍ତ ଖୁବଶୀଘ୍ର ରିପୋର୍ଟ ଦାଖଲ କରିବ । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବା ନେଇ ଜଣାପଡିଛି ।

ଏହି ଘଟଣାର ରିପୋର୍ଟ ଏସଆଇଟି ଅକ୍ଟୋବର 7 ତାରିଖରେ ଦାଖଲ କରିବାର ଥିଲା । ହେଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅଧିକ ତଦନ୍ତ ପାଇଁ 10 ଦିନର ଅଧିକ ସମୟ ଦେଇଥିଲେ । ସେପ୍ଟେମ୍ବର 30 ତାରିଖରେ ଏସଆଇଟି ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା ।

ହାଥରସରେ ଜଣେ 19 ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲେ । ପୀଡିତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ପୋଲିସ ପୀଡିତଙ୍କ ପରିବାରକୁ ନ ଜଣାଇ ଅନ୍ତିମ ସଂସ୍କାର କରିଦେଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଏହା ପରେ ଯୋଗୀ ଆଦିତ୍ୟନାଥ ଏକ ଟିମ ଗଠନ କରି ଏହି ମାମଲା ତଦନ୍ତଭାର ଏସଆଇଟିକୁ ଦେଇଥିଲେ ।

ଅକ୍ଟୋବର 2 ତାରିଖରେ, ହାଥରସର ଏସପି, ଡିଏସପି ଓ ଅନ୍ୟ ପୋଲିସ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ୟୁପି ମୁଖ୍ୟମନ୍ତ୍ରୀ । ଏଥିସହ ସେମାନଙ୍କର ପୋଲିଗ୍ରାଫ ଓ ନାର୍କୋ ଆନାଲିସିସ ପାଇଁ ମଧ୍ୟ ସୁପାରିଶ କରାଯାଇଛି । ଏହି ମାମଲାରେ ସିବିଆଇ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର 29 ତାରିଖରେ ସଫଦରଜଙ୍ଗ ହସ୍ପିଟାଲରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ 4 ଅଭିଯୁକ୍ତକୁ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.