ETV Bharat / bharat

ହାଥରସ ଗଣଦୁଷ୍କର୍ମ ଘଟଣା: ଏନକାଉଣ୍ଟରରେ ହେବ କି ଦୋଷୀଙ୍କ ଫାଇଲ କ୍ଲୋଜ୍‌?

author img

By

Published : Sep 30, 2020, 9:45 PM IST

ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ମାହୋଲ । ଦୋଷୀଙ୍କ କଡା ଦଣ୍ଡ ଦେବାକୁ ସମସ୍ତେ ଦାବି କରୁଛନ୍ତି । ଏପରିସ୍ଥିତିରେ ବିକାଶ ଦୁବେ ଭଳି ଏହି ଅପରାଧୀଙ୍କର ବି ଏନକାଉଣ୍ଟର ହେବ କି ବୋଲି ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ...

ହାଥରସ ଗଣଦୁଷ୍କର୍ମ ଘଟଣା: ଏନକାଉଣ୍ଟରରେ ହେବ କି ଦୋଷୀଙ୍କ ଫାଇଲ କ୍ଲୋଜ୍‌?
ହାଥରସ ଗଣଦୁଷ୍କର୍ମ ଘଟଣା: ଏନକାଉଣ୍ଟରରେ ହେବ କି ଦୋଷୀଙ୍କ ଫାଇଲ କ୍ଲୋଜ୍‌?

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଅପରାଧ ଉପରେ ଲଗାମ ଲଗାଇବାକୁ ସଂକଳ୍ପ ନେଇଥିଲେ ଯୋଗୀ ସରକାର । ହେଲେ ସବୁ ପ୍ରୟାସ ପରେ ମଧ୍ୟ ରାଜ୍ୟରେ ଥମୁନି ଦୁଷ୍କର୍ମ ଘଟଣା । ଅପରାଧର ଅନ୍ଧାର ଗଳିର ପ୍ରତିଟି ମୋଡରେ ଛିଡା ହୋଇ ରହିଛନ୍ତି ମନବ ରୂପୀ ରାକ୍ଷସ । ଏହି ରାକ୍ଷସଙ୍କ ରକ୍ତର ହୋଲି ଖେଳିବାକୁ ଯୋଗୀ ସରକାରଙ୍କ ପୋଲିସ ଆପଣାଉଛି ନୂଆ ଫଣ୍ଡା । ଏବେ ଅପରାଧୀଙ୍କ ବିଚାର ଅଦାଲତରେ ନୁହେଁ ବରଂ ଅନ ଦି ସ୍ପଟ୍‌ ଏନକାଉଣ୍ଟରରେ ହେଉଛି ଫାଇଲ କ୍ଲୋଜ୍‌ । ତେବେ ହାଥରସର ଗଣଦୁଷ୍କର୍ମ ଘଟଣା ଏନକାଉଣ୍ଟର ଆଉ ଏକ ଅଧ୍ୟାୟ ଲେଖିବ କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ମାହୋଲ । ଦୋଷୀଙ୍କ କଡା ଦଣ୍ଡ ଦେବାକୁ ସମସ୍ତେ ଦାବି କରୁଛନ୍ତି । ଏପରିସ୍ଥିତିରେ ବିଜେପିର ବରିଷ୍ଠ ନେତା କୈଳାଶ ବିଜୟ ବର୍ଗୀୟ ଘଟଣାକୁ ନେଇ ଦେଇଛନ୍ତି ବଡ ବୟାନ । ବିଜୟବର୍ଗୀୟ କହିଛନ୍ତି, ଟିକିଏ ଅପେକ୍ଷା କରନ୍ତୁ । ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ । ତାଙ୍କ ରାଜ୍ୟରେ ଗାଡି କୌଣସି ବି ମୁହୂର୍ତ୍ତରେ ଓଲଟିପାରେ । ତେବେ କୈଳାସ ବିଜୟବର୍ଗୀୟଙ୍କ ଏହି ବୟାନ ସିଧାସଳଖ ଗ୍ୟାଙ୍ଗ୍‌ଷ୍ଟାର ବିକାଶ ଦୁବେଙ୍କ ଏନକାଉଣ୍ଟର ଘଟଣାକୁ ନେଇ ଥିଲା । ବିକାଶ ଦୁବେକୁ ଉଜ୍ବୟନୀରୁ କାନପୁର ନେବା ରାସ୍ତାରେ ପୋଲିସର ଗାଡି ତଥାକଥିତ ଭାବରେ ଓଲଟି ଯାଇଥିଲା । ଆଉ ବିକାଶ ଦୁବେ ଗାଡିରୁ ଖସି ପଳାଉଥିବା ସମୟରେ ପୋଲିସ କରିଥିଲା ତାର ଏନକାଉଣ୍ଟର ।

ଖାଲି ଏହି ଘଟଣା ନୁହେଁ, ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମଧ୍ୟ 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା । ଏହି ଘଟଣାରେ ହାଇଦ୍ରାବାଦ ପୋଲିସ ପ୍ରଶ୍ନ ଘେରକୁ ଆସିଥିଲେ ମଧ୍ୟ ସାଧାରଣ ଜନତା କିନ୍ତୁ ଏହାକୁ ବେଶ ପ୍ରସଂଶା କରି ପୋଲିସକୁ ସାବାସି ଜଣାଇଥିଲେ ।

ହାଥରସ ଘଟଣାରେ ସାରା ଦେଶ ନ୍ୟାୟ ଦାବି କରୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଘଟଣାରେ 3 ଜଣିଆ ଏସଆଇଟି ଟିମ ଗଠନ ମଧ୍ୟ ହୋଇଛି । ଘଟଣା ଉପରେ କଡା ନଜର ରଖିଛନ୍ତି ଉତ୍ତରପ୍ରଦେଶ ମୁ୍ଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୀଡିତାଙ୍କ ପରିବାରକୁ ସୁରକ୍ଷା ସହ ଦୋଷୀଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯିବା ନେଇ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏରିସ୍ଥିତିରେ ଦୋଷୀଙ୍କ ଉପରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.