ଲକ୍ଷ୍ନୌ: ହାଥରସ ଘଟଣାର ଯାଞ୍ଚ ଦାୟିତ୍ବ ହାତକୁ ନେଇସାରିଛି ସିବିଆଇ । ମଙ୍ଗଳବାର ବୁଲଗଡି ଗାଁରେ ପହଞ୍ଚିଥିଲା ସିବିଆଇ ଟିମ । ତେବେ ବର୍ତ୍ତମାନ ଏହି ଯାଞ୍ଚ ତ୍ବରାନ୍ବିତ ହୋଇଛି । ଘଟଣାରେ ପୀଡିତାଙ୍କ 3 ଜଣ ଭାଇଙ୍କୁ ପଚରାଉଚୁରା ପାଇଁ ସିବିଆଇ ଜାରି କରିଛି ସମନ ।
ସିବିଆଇ ଟିମ ପୀଡିତାଙ୍କ ପରିବାରର ମହିଳା ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିବ । ତେବେ ପୀଡିତାଙ୍କ ଘରେ ଏହି ତଦନ୍ତ କରାଯିବ । ତେବେ ବୁଧବାର ସିବିଆଇ ଟିମ ପୀଡିତାଙ୍କ ପରିବାରର ତିନିଜଣ ସଦସ୍ୟଙ୍କୁ ପଚରାଉଚରା କରିବ ବୋଲି ଜଣାପଡିଛି । ହାଥରସ ଏସଡିଏମ ପୀଡିତାଙ୍କ ଘରେ ପହଞ୍ଚି ତିନିଜଣଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବେ ବୋଲି ଜଣାପଡିଛି ।