ETV Bharat / bharat

ହାଥରସ ମାମଲା: ବୋବଡେଙ୍କୁ ଚିଠି ଲେଖିଲେ 510 ଆଇନ ଛାତ୍ରଛାତ୍ରୀ - 510 ଜଣ ଆଇନ ଛାତ୍ରଛାତ୍ରୀ

ହାଥରସ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କୁ 510 ଜଣ ଆଇନ ଛାତ୍ରଛାତ୍ରୀ ଚିଠି ଲେଖିଛନ୍ତି।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ  510 ଜଣ ଆଇନ ଛାତ୍ରଛାତ୍ରୀ

author img

By

Published : Oct 8, 2020, 3:28 PM IST

ନୂଆଦିଲ୍ଲୀ:ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ 510 ଜଣ ଆଇନ ଛାତ୍ରଛାତ୍ରୀ । ହାଥରସ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କୁ 510 ଜଣ ଆଇନ ଛାତ୍ରଛାତ୍ରୀ ଚିଠି ଲେଖିଛନ୍ତି।

ଆଇନ ଛାତ୍ରଛାତ୍ରୀମାନେ ଦୋଷୀ ଅଫିସରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ କହିଛନ୍ତି। ଏହି ଚିଠିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଆଇନ ଛାତ୍ରଛାତ୍ରୀଙ୍କ ନାମ ରଖାଯାଇଛି । ତେବେ ଏହି ଆଇନ ଛାତ୍ରଛାତ୍ରୀମାନେ ବିଶେଷକରି ବିଳମ୍ବିତ ରାତିରେ ପୀଡିତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାରକୁ ନେଇ ଆପତ୍ତି କରିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି ଯେ, ସମ୍ମାନଜନକ ଆଧାରରେ ଭାରତ ସରକାର ଆତଙ୍କବାଦୀ ଅଜମଲ କସାବଙ୍କ ମୃତଦେହ ନେବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ଅଲଗା କଥା ଯେ, ପାକିସ୍ତାନ ସରକାର ଏହାକୁ ଗ୍ରହଣ କରିନଥିଲେ। କିନ୍ତୁ ଯେଉଁ ପୀଡିତା ଏହି ଦେଶର ଝିଅ ସହ ଜଘନ୍ୟ ଅପରାୀଧର ଶିକାର ହୋଇ ମୃତ୍ୟୁବରଣ କଲେ ତାଙ୍କ ସହ ତାଙ୍କ ପରିବାରକୁ ଏହି ସମ୍ମାନ ଦିଆଯାଇଥିଲା ।

ଚିଠିରେ ଆହୁରି ଲେଖାଯାଇଛି ଯେ, ପୋଲିସ କଥିତ ରୂପେ କହିଥିଲେ ଯେ ପୀଡିତାଙ୍କ ମୃତଦେହକୁ ପୋଡ଼ିଦେବା ପାଇଁ ପରିବାର ପକ୍ଷରୁ ଅନୁମତି ନିଆଯାଇଥିଲା କିନ୍ତୁ ପୀଡିତାଙ୍କ ପରିବାର ପକ୍ଷରୁ ଏହାକୁ ବାରମ୍ବାର ଖଣ୍ଡନ କରାଯାଉଛି । ଏପଟେ ଏହି ମାମଲାରେ ଆଜି ଏକ ନୂଆ ମୋଡ ଦେଖିବାକୁ ମିଳିଛି । ଏହି ଘଟଣାରେ ମୁଖ୍ୟ 3 ଅଭିଯୁକ୍ତ ହାଥରସ ଏସପିଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି । ସେମାନେ ନିର୍ଦ୍ଦୋଷ ସହ ଘଟଣାର ନିରପେକ୍ଷ ଯାଞ୍ଚ କରାଯାଉ ବୋଲି ଅଭିଯୁକ୍ତ ଚିଠିରେ ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.