ETV Bharat / bharat

କୋଭାକ୍ସିନ ଟିକା ନେଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ - ଅନିଲ ବୈଜ ନେଲେ କୋଭ୍ୟାକ୍ସିନ

କୋଭ୍ୟାକ୍ସିନର 3ୟ ପର୍ଯ୍ୟାୟର ପ୍ରଥମ ପରୀକ୍ଷା ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ଦେହରେ କରାଯାଇଛି। ଏହି ସ୍ବଦେଶୀ କୋଭ୍ୟାକ୍ସିନ ଆଇ.ସି.ଏମ୍‌.ଆର ସହଯୋଗରେ ଭାରତୀୟ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ହୋଇଛି।

ହରିୟାନା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବୈଜଙ୍କ ଦେହରେ କୋଭ୍ୟାକ୍ସିନ ପରିକ୍ଷା କରାଯାଇଛି

author img

By

Published : Nov 20, 2020, 2:09 PM IST

Updated : Nov 20, 2020, 2:29 PM IST

ଚଣ୍ଡିଗଡ: କୋଭିଡ-19 ବିରୋଧରେ ସମ୍ଭାବ୍ୟ ଟିକା କୋଭ୍ୟାକ୍ସିନର 3ୟ ପର୍ଯ୍ୟାୟର ପ୍ରଥମ ପରୀକ୍ଷା ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ଦେହରେ କରାଯାଇଛି । 67 ବର୍ଷ ବୟସ୍କ ଭାରତୀୟ ଜନତା ପାର୍ଟିର ଏହି ବରିଷ୍ଠ ନେତା, ଆମ୍ବାଲା କ୍ୟାଣ୍ଟର ସିଭିଲ ହସ୍ପିଟାଲରେ ହୋଇଥିବା ଏହି ସ୍ବଦେଶୀ ଟିକା ପରିକ୍ଷାର ପରିଚାଳନା ଦାୟିତ୍ବରେ ଥିଲେ। ପିଜିଆଇ ରୋହତକ ଏବଂ ସ୍ବାସ୍ଥ୍ୟ ବିଭାଗର ଡାକ୍ତରି ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ଭାରତୀୟ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭ୍ୟାକ୍ସିନର ପ୍ରଥମ ମାତ୍ରା ସେ ଆଜି ନେଇଛନ୍ତି।

ଆମ୍ବାଲା କ୍ୟାଣ୍ଟର ବିଧାୟକ ବିଜ, କୋଭ୍ୟାକ୍ସିନର 3ୟ ପର୍ଯ୍ୟାୟ ପରୀକ୍ଷା ନଭେମ୍ବର 20 ତାରିଖରେ ହେବ ବୋଲି ଗତ ବୁଧବାର ଦିନ ସୂଚନା ଦେବା ସହ ପ୍ରଥମ ଟିକା ସେ ନିଜେ ନେବେ ବୋଲି କହିଥିଲେ।

  • I Will be administered trial dose of Coronavirus vaccine #Covaxin a Bharat Biotech product Tomorrow at 11 am at Civil Hospital, Ambala Cantt under the expert supervision of a team of Doctors from PGI Rohtak and Health Department. I have volunteered to take the trial dose.

    — ANIL VIJ MINISTER HARYANA (@anilvijminister) November 19, 2020 " class="align-text-top noRightClick twitterSection" data=" ">

ଏହି ସ୍ବଦେଶି କୋଭ୍ୟାକ୍ସିନ ଆଇ.ସି.ଏମ୍‌.ଆର ସହଯୋଗରେ ଭାରତୀୟ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ହୋଇଛି। ଭ୍ୟାକ୍ସିନ ନିର୍ମାତା କହିଛନ୍ତି ଯେ, ଗତମାସରେ କୋଭ୍ୟାକ୍ସିନର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳତାର ସହ ସମାପ୍ତ ହେବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି। ଗତ ସୋମବାର ଭାରତ ବାୟୋଟେକ୍‌ କହିଥିଲେ ଯେ, ଆଇ.ସି.ଏମ୍‌.ଆର ସହଭାଗିତାରେ ଭାରତରେ କରାଯାଉଥିବା କୋଭ୍ୟାକ୍ସିନ ପରୀକ୍ଷାର ତୃତୀୟ ପର୍ଯ୍ୟାୟରେ 25ରୁ ଉର୍ଦ୍ଧ୍ବ କେନ୍ଦ୍ରରେ ସମଗ୍ର ଭାରତରୁ ପାଖାପାଖି 26,000 ସ୍ବେଚ୍ଛାସେବୀ ସାମିଲ ହେବେ।

ଏହା ଭାରତରେ କୋଭିଡ-19 ଟିକା ପାଇଁ ହେଉଥିବା ସର୍ବବୃହତ୍‌ କ୍ଲିନିକାଲ ଟେଷ୍ଟ। ଏହି କୋଭ୍ୟାକ୍ସିନର ପ୍ରଥମ ମାନବ ପରୀକ୍ଷଣ ରୋହତକର ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଗତ ଜୁଲାଇ ମାସରେ କରାଯାଇଥିଲା ବୋଲି ବୈଜ ସୂଚନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 20, 2020, 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.