ETV Bharat / bharat

କଙ୍ଗନାଙ୍କ ସମର୍ଥନରେ ଚିରାଗ-ଅନିଲ ଭିଜ୍ - ଅନିଲ ଭିଜ୍

ଏଲଜେପି ଜାତୀୟ ସଭାପତି ଚିରାଗ ପାସୱାନ୍ ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ସମର୍ଥନ କରିଥିବା ଦେଖାଯାଇଛି । ଏହାସହ ହରିୟାଣା ଗୃହମନ୍ତ୍ରୀ ମଧ୍ୟ କଙ୍ଗନାଙ୍କ ସମର୍ଥନରେ ।

support kangana
କଙ୍ଗନାଙ୍କ ସମର୍ଥନରେ ଚିରାଗ-ଅନିଲ ଭିଜ୍
author img

By

Published : Sep 9, 2020, 6:46 PM IST

ନୂଆଦିଲ୍ଲୀ: ଏଲଜେପି ଜାତୀୟ ସଭାପତି ଚିରାଗ ପାସୱାନ୍ ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ସମର୍ଥନ କରିଥିବା ଦେଖାଯାଇଛି । ଚିରାଗ ପାସୱାନ ଟ୍ୱିଟ କରିଛନ୍ତି, ‘ସମସ୍ତ ଦେଶଭକ୍ତ କଙ୍ଗନାଙ୍କ ସହ ଅଛନ୍ତି। ବିହାରୀ ବାଳକର ଲଢେଇ ଲଢିବା ସହ ବଲିଉଡର ସତ୍ୟତା କହିବା ଫଳରେ ଅନେକ କଙ୍ଗନାଙ୍କ ବିରୋଧି ହୋଇଯାଇଛନ୍ତି । ମୁମ୍ବାଇରେ ରହୁଥିବା ବିହାରୀ ଓ ଉତ୍ତର ଭାରତ ସମେତ ସମସ୍ତଙ୍କୁ ଅପିଲ କରୁଛି ଯେ କଙ୍ଗନା ଦେଶର ଝିଅ ଓ ସେ ଆଜି ମୁମ୍ବାଇରେ ପହଞ୍ଚିଛି, ଏହି ସମୟରେ ତାଙ୍କର ସମର୍ଥନ କରନ୍ତୁ ’ ।

କଙ୍ଗନାଙ୍କ ସମର୍ଥନରେ ଅନିଲ ଭିଜ୍

ଚିରାଗ ପାସୱାନ୍ କହିଛନ୍ତି ଯେ ମହାରାଷ୍ଟ୍ର ମଧ୍ୟ ଭାରତୀୟ ସମ୍ବିଧାନ ମଧ୍ୟରେ ଆସୁଥିବା ରାଜ୍ୟ । ଆଜି କଙ୍ଗନାଙ୍କ ସହ ଯାହା ହେଲା ତାହା ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲୋକଙ୍କ ସହ ହୋଇଥାଇପାରେ । ମୁମ୍ବାଇ ସମସ୍ତଙ୍କୁ ନେଇ ଗଠିତ, କାହାର ଜଣକର ନୁହେଁ । ଚିରାଗଙ୍କ କହିବାନୁସାରେ, ମୁମ୍ବାଇ ସରକାର କିମ୍ବା ବିଏମସି କଙ୍ଗନା ରାଣାୱତଙ୍କ ପ୍ରତି ଯେଉଁଭଳି ବ୍ୟବହାର କରୁଛନ୍ତି ତାହା ଅତ୍ୟନ୍ତ ଖରାପ ଅଟେ।

support kangana
କଙ୍ଗନାଙ୍କ ସମର୍ଥନରେ ଚିରାଗ

ଅନ୍ୟପକ୍ଷେ ହରିୟାଣା ଗୃହମନ୍ତ୍ରୀ ଅନିଲ୍ ଭିଜ ମଧ୍ୟ କଙ୍ଗନାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, କଙ୍ଗନାଙ୍କ ସହ ଯାହା କରାଯାଉଛି, ତାହା କୌଣସି ସରକାରଙ୍କୁ ଶୋଭା ଦେଉନି । କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭାଙ୍ଗିବାକୁ ନେଇ ଗୃହମନ୍ତ୍ରୀ ଅନିଲ ଭିଜ୍ କହିଛନ୍ତି ଯେ ଦେଶ ସମସ୍ତଙ୍କର । ଯଦି କେହି ଏହି ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ଦେଶର ଶତ୍ରୁ। ଏହି ଦେଶର ପ୍ରତ୍ୟେକ ପ୍ରଦେଶ ଉପରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ଯଦି ସମସ୍ତ ବେଆଇନ୍ ନିର୍ମାଣ ଭାଙ୍ଗିବେ ତେବେ ଠିକ୍ ଅଛି କିନ୍ତୁ ଯଦି ଚୟନ କରି ଅଟ୍ଟାଳିକା ଭାଙ୍ଗୁଛନ୍ତି ତେବେ ଏହା ଉଚିତ୍ ନୁହେଁ । ଏହା ସରକାରଙ୍କୁ ଶୋଭା ଦେଉନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.