ଚଣ୍ଡିଗଡ: ଆଉ କିଛି ଦିନ ପରେ ହରିୟାଣା ବିଧାନସଭା ନିର୍ବାଚନ । ବୁଧବାର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଶାହ ହରିୟାଣାରେ 3ଟି ରାଲିକୁ ସମ୍ବୋଧିତ କରିବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିବେ ।
ଦିନ 12ଟା 30 ରେ ଶାହ କୈଥଲ ପହଞ୍ଚିବେ । ସେ ଏଠାରେ ହୁଡ୍ଡା ଗ୍ରାଉଣ୍ଡ ସେକ୍ଟର-19ରେ ଜନସଭାକୁ ସମ୍ବୋଧିତ କରିବେ । କୈଥଲ ପରେ ଶାହ ଦିନ 2ଟା 10ରେ ଲୋହାରୁ ପହଞ୍ଚି ଶିବାନୀ ଓ ତୋଶାମ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ବିଜେପି ଶିବାନୀରୁ ଜେପି ଦଲାଲଙ୍କୁ ଟିକଟ ଦେଇଥିବା ବେଳେ ତୋଶାମରୁ ଶଶି ରଞ୍ଜନ ପରମାରଙ୍କୁ ପ୍ରାର୍ଥୀ କରିଛି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶେଷରେ ମହମ ପହଞ୍ଚିବେ । ସେ ଏହି ବିଧାନସଭା କ୍ଷେତ୍ରର 3 ଜଣ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଶାହ ଦିନ 3ଟା 20ରେ ମହମ ପହଞ୍ଚି 4ଟା 5 ପର୍ଯ୍ୟନ୍ତ ଜନସଭାକୁ ସମ୍ବୋଧିତ କରିବେ ।