ETV Bharat / bharat

କୋରୋନା ନେଇ ହରିୟାଣା ସିଏମଙ୍କ ଚିନ୍ତା, ଖାଲି କୋଠା ଗୁଡିକର ସର୍ଭେ କରିବାକୁ ନିର୍ଦ୍ଦେଶ - ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗୁରୁଗ୍ରାମ ଜିଲ୍ଲାର ଖାଲି କୋଠାଗୁଡ଼ିକର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ମୁଖ୍ୟମନ୍ତ୍ରୀ COVID-19 ପ୍ରସ୍ତୁତି ଉପରେ ରାଜ୍ୟ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଅଧିକ ପଢନ୍ତୁ...

ଗୁରୁଗ୍ରାମର ଖାଲି ଥିବା କୋଠା ସର୍ଭେ ପାଇଁ ନିର୍ଦ୍ଦେଶ ଦେଲେ ହରିୟାଣା ସିଏମ୍

author img

By

Published : Jun 16, 2020, 5:26 PM IST

ଚଣ୍ଡିଗଡ଼: ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗୁରୁଗ୍ରାମ ଜିଲ୍ଲାର ଖାଲି କୋଠାଗୁଡ଼ିକର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। COVID-19 ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଖାଲି ଘରକୁ ଅଲଗା ଅଲଗା ୱାର୍ଡ ଭାବରେ ବ୍ୟବହାର କରବାକୁ କହିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ COVID-19 ପ୍ରସ୍ତୁତି ଉପରେ ରାଜ୍ୟ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ ।

ଯଦ୍ବାରା ସେମାନେ ଆବଶ୍ୟକ ସମୟରେ COVID-19 ରୋଗୀଙ୍କୁ ପୃଥକ କରିପାରିବେ । ବେସରକାରୀ ଲାବ୍ରୋଟୋରୀରେ ନମୁନା ପରୀକ୍ଷା ଉପରେ ନଜର ରଖିବା ଏବଂ ସେମାନଙ୍କ ରିପୋର୍ଟର ଠିକ୍ ସମୟରେ ଅପଲୋଡ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପରୀକ୍ଷା ପରିଚାଳନା କରୁଥିବା ବ୍ୟକ୍ତିଙ୍କ ନାମ ଏବଂ ଠିକଣା ରଖିବା ଆବଶ୍ୟକ ।

ଯେକୌଣସି ରାଜ୍ୟର ବ୍ୟକ୍ତି COVID-19 ପାଇଁ ତାଙ୍କ ନମୁନା ପରୀକ୍ଷା କରିପାରିବେ ବୋଲି ସେ ନିଶ୍ଚିତ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ 7,208 ଟି COVID-19 ମାମଲା ଟିହ୍ନଟ ହୋଇଛି, ଯେଉଁଥିରେ 4,117 ସକ୍ରିୟ ମାମଲା, 3,003 ଜଣ ସୁସ୍ଥ ହୋଇଛନ୍ତି ଏବଂ 88 ଜଣଙ୍କ ମୃତ୍ୟୁ ଘଟିଛି।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.