ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନକୁ ଆଉ କିଛିଟା ଦିନ ବାକି । ନିର୍ବାଚନରେ ମୋଟ 1168 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ 481 ଜଣ କୋଟିପତି ଥିବା ଜଣାପଡିଛି ।
ଏହି ସଂଖ୍ୟା ମୋଟ ପ୍ରାର୍ଥୀଙ୍କ 42 ପ୍ରତିଶତ । ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ 16 ପ୍ରତିଶତ ପ୍ରାର୍ଥୀ ଏପରି ଅଛନ୍ତି, ଯାହାଙ୍କ ସମ୍ପତ୍ତି 5 କୋଟିରୁ ଊର୍ଦ୍ଧ୍ବ । ସେହିପରି 14 ପ୍ରତିଶତ ପ୍ରାର୍ଥୀ ନିଜର ମୋଟ ସମ୍ପତ୍ତି 4.31 କୋଟି ବୋଲି ଦର୍ଶାଇଛନ୍ତି ।
ଗୁଡଗାଁ ଜିଲ୍ଲାର ସୋହନା ବିଧାନସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ରୋହତାମ ସିଂହ ସବୁଠୁ ଧନୀ ପ୍ରାର୍ଥୀ ରହିଛନ୍ତି । ରୋହତାମ ନିଜ ସମ୍ପତ୍ତି 325 କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି । ଏଥିରୁ ମୋଟ 80 କୋଟି ଟଙ୍କା ସ୍ଥାବର ସମ୍ପତ୍ତି ଥିବା ବେଳେ 240 କୋଟି ଅସ୍ଥାବର ସମ୍ପତ୍ତି ରହିଛି । ସେହିପରି ମନୋହରଲାଲ ଖଟ୍ଟର ସରକାରରେ ଥିବା ଅର୍ଥମନ୍ତ୍ରୀ କ୍ୟାପ୍ଟନ ଅଭିମନ୍ୟୁ ଦ୍ବିତୀୟ ସ୍ଥାନରେ ଅଛନ୍ତି । କ୍ୟାପ୍ଟେନ ଅଭିମନ୍ୟୁଙ୍କ ପାଖରେ ମୋଟ ସମ୍ପତ୍ତି 170 କୋଟି ଟଙ୍କା ରହିଛି ।
ଅନ୍ୟପକ୍ଷେ ନିର୍ବାଚନରେ 187 ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ 70 ଜଣଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ମାମଲା ଚାଲିଛି ।