ETV Bharat / bharat

କୀଟନାଶକ ନିଷେଧ ନେଇ କେନ୍ଦ୍ର ପ୍ରସ୍ତାବ: ପଞ୍ଜାବ, ହରିୟାଣା ଚାଷୀଙ୍କ ମିଶ୍ରିତ ପ୍ରତିକ୍ରିୟା

author img

By

Published : Jun 11, 2020, 1:01 PM IST

Updated : Jun 11, 2020, 1:39 PM IST

ସଂପ୍ରତି କୃଷି କ୍ଷେତ୍ରରେ କୀଟନାଶକର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଫଳରେ କେନ୍ଦ୍ର ସରକାର 27ଟି ରାସାୟନିକ କୀଟନାଶକର ନିଷେଧ କରିବାକୁ ପ୍ରସ୍ତାବ ଦେଇଛନ୍ତି । ପଞ୍ଜାବ ଓ ହରିଆଣାରେ କେତେକ ଏହାର ସପକ୍ଷରେ ମତ ଦେଇଥିବା ବେଳେ ଅନ୍ୟ କେତେକ ବିପକ୍ଷରେ ମତ ଦେଇଛନ୍ତି । ଅଧିକ ପଢନ୍ତୁ...

କୀଟନାଶକ ନିଷେଧ ନେଇ କେନ୍ଦ୍ର ପ୍ରସ୍ତାବ: ପଞ୍ଜାବ, ହରିୟାଣା ଚାଷୀଙ୍କ ମିଶ୍ରିତ ପ୍ରତିକ୍ରିୟା
କୀଟନାଶକ ନିଷେଧ ନେଇ କେନ୍ଦ୍ର ପ୍ରସ୍ତାବ: ପଞ୍ଜାବ, ହରିୟାଣା ଚାଷୀଙ୍କ ମିଶ୍ରିତ ପ୍ରତିକ୍ରିୟା

ଚଣ୍ଡିଗଡ: ଗତ ଦଶନ୍ଧିରେ କୀଟନାଶକର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ବାଣିଜ୍ୟିକ ଭିତ୍ତିରେ କୃଷି କରାଯିବା ପରେ ଦେଶରେ ସିନ୍ଥେଟିକ କେମିକାଲର ବ୍ୟବହାର ଆରମ୍ଭ ହୋଇଛି ।

କୃଷିଭିତ୍ତିକ ରାଜ୍ୟ ଯଥା ପଞ୍ଜାବ ହରିୟାଣା ଆଦି ପ୍ରମୁଖ କୀଟନାଶକ ବ୍ୟବହାରକାରୀ ଭାବରେ ଉଭା ହୋଇଛନ୍ତି । ଏହାଦ୍ବାରା ଖୁବ ଶୀଘ୍ର କୀଟନାଶକର ଖରାପ ପ୍ରଭାବ ଏଠାରେ ସ୍ପଷ୍ଟ ହୋଇଛି । 27ଟି ରାସାୟନିକ କୀଟନାଶକର ନିଷେଧକୁ ନେଇ କେନ୍ଦ୍ରର ପ୍ରସ୍ତାବକୁ ବିଭିନ୍ନ ସତ୍ତ୍ବାଧିକାରୀ ତଥା ନିର୍ଦ୍ଦିଷ୍ଟବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଚାଉଳ ଓ ଗହମ ହରିୟାଣାରେ ପ୍ରମୁଖ ଉତ୍ପାଦିତ ଶସ୍ୟ । ଏହାସହ ମକା, ଆଖୁ, ଚଣା, ଖସା, ବିନ୍‌, ବାଦାମ ଓ କପା ମଧ୍ୟ ବହୁଳ ଭାବରେ ଉତ୍ପାଦିତ ହୋଇଥାଏ । ରାଜ୍ୟରେ ଶସ୍ୟ ଓ ଫସଲକୁ ଫସଲକୁ ରୋଗ ପୋକରୁ ରକ୍ଷା କରିବା ପାଇଁ କୃଷକମାନେ ସେମାନଙ୍କ ଉତ୍ପାଦ ଆଧାରରେ 75%ରୁ ଅଧିକ କୀଟନାଶକ ବ୍ୟବହାର କରନ୍ତି ।

ସୂଚନାଯୋଗ୍ୟ, କୀଟନାଶକ ଗୁଡିକର ମାତ୍ର 1% ଫସଲ ନଷ୍ଟକାରୀ କୀଟ ମାରିବାରେ ବ୍ୟବହୃତ ହୋଇଥାଏ, ବାକି 99% ଫସଲ ବା ଶସ୍ୟରେ ମିଶିଯାଏ । ଫଳରେ ଏହାକୁ ଖାଦ୍ୟ ରୂପେ ଖାଉଥିବା ବ୍ୟକ୍ତି ବା ପଶୁଙ୍କୁ ରୋଗ ସୃଷ୍ଟି ହୋଇଥାଏ ।

କୀଟନାଶକ ଗୁଡିକର ନିଷେଧ ଓ ତତ ସମ୍ବନ୍ଧୀୟ ପ୍ରଭାବ ଜାଣିବା ପାଇଁ ଇଟିଭି ଭାରତ ପକ୍ଷରୁ ହରିୟାଣା ଓ ପଞ୍ଜାବର ଚାଷୀଙ୍କ ସହ ଆଲୋଚନା କରାଯାଇଛି ।

ହରିୟାଣାର ଜିନ୍ଦ ଜିଲ୍ଲାର କୃଷକ ରଣବୀର ଓ ଶତବୀର କହିଛନ୍ତି, ‘ଯଦିଓ ସରକାରଙ୍କ ନିଷ୍ପତ୍ତି ଠିକ, ତଥାପି କୀଟନାଶକ ବିନା କୃଷିକାର୍ଯ୍ୟ ବେଶ କଠିନ ହେବ । ଯଦି କୃଷିକ୍ଷେତ୍ରରେ ଘାସ ରହିବ, ତେବେ ଏହା ବଡ଼ କ୍ଷତି ଘଟାଇବ । କୀଟନାଶକ ଗୁଡିକୁ ନିଷେଧ କରିବା ଚାଷୀଙ୍କ ମୁଣ୍ଡବିନ୍ଧା ବଢାଇବା ସହ ଚାଷକାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହେବ ।’ ଅନ୍ୟ ଜଣେ କୃଷକ ରାମଫାଲ କାଣ୍ଡେଲା କହିଛନ୍ତି, ‘ରାସାୟନିକ କୀଟନାଶକ ନିଷେଧ ହେବା ଠିକ କିନ୍ତୁ ଏହାର ବିକଳ୍ପ ମଧ୍ୟ ଦେବା ଆବଶ୍ୟକ ।’ ସେହିପରି କୃଷକ ମନୋଜ କହିଛନ୍ତି, ‘ଗତ 20-30 ବର୍ଷ ମଧ୍ୟରେ ଅନେକ ରାଷ୍ଟ୍ର କୀଟନାଶକ ନିଷେଧ କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ବିଳମ୍ବରେ ନିଷ୍ପତ୍ତି ନେଇଛନ୍ତି ।’

ଉତ୍ପାଦନ ବୃଦ୍ଧିରେ କୀଟନାଶକ ସହାୟକ ହେଉଥିବାରୁ କୃଷକମାନେ ବାଧ୍ୟହୋଇ ଏହାକୁ ପ୍ରୟୋଗ କରୁଛନ୍ତି ବୋଲି ଲୁଧିଆନାର କୃଷକ ରାଜବିନ୍ଦର ଓ ରାମଜିତ କହିଛନ୍ତି ।

ହରିୟାଣାର ହିସାରରେ ଅବସ୍ଥିତ ଚୌଧୁରୀ ଚରଣ ସିଂ ହରିୟାଣା କୃଷି ବିଶ୍ବବିଦ୍ୟାଳୟର କୀଟ ବିଜ୍ଞାନ ବିଭାଗୀୟ ମୁଖ୍ୟ ଯୋଗେଶ କୁମାର କହିଛନ୍ତି, ‘ବିଭିନ୍ନ ପନିପରିବା ଓ ଫଳ ଚାଷରେ ଭିନ୍ନଭିନ୍ନ ପ୍ରକାରର କୀଟ ଲାଗିଥାନ୍ତି । କୃଷକମାନେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି ।’

‘ଯଦି ସେମାନେ କୀଟନାଶକ ପ୍ରୟୋଗ ନକରନ୍ତି, ତେବେ ସେମାନଙ୍କ ଶସ୍ୟ ବା ପନିପରିବା ବଜାରରେ ବିକ୍ରି ହୋଇପାରିବ ନାହିଁ । କାରଣ କୀଟନାଶକ ସିଞ୍ଚନ ନକଲେ ଫସଲରେ କୀଟ ଲାଗିବେ । ତେଣୁ ବଜାରରେ ତାହାକୁ କେହି କିଣିବେ ନାହିଁ ।’ ତଥାପି ଏହି ରାସାୟନିକ କୀଟନାଶକ ବ୍ୟବହାର କରାଯିବା ଉଚିତ ବୋଲି ଯୋଗେଶ କୁମାର ଗୁରୁତ୍ବାରୋପ କରିଛନ୍ତି ।

କୀଟନାଶକ ବ୍ୟତୀତ କ୍ଷେତକୁ ଯଥାସମ୍ଭବ ଗଭୀର ଭାବରେ ହଳ କରାଯିବା ଆବଶ୍ୟକ ବୋଲି ଯୋଗେଶ କୁମାର ପ୍ରକାଶ କରିଛନ୍ତି । ଏହା ଦ୍ବାରା କ୍ଷତିକାରକ କୀଟ ମାନଙ୍କର ଲାର୍ଭା ଗୁଡିକ ମାଟିରେ ପୋତି ହୋଇଯାନ୍ତି । ଅପରପକ୍ଷେ ଯଦି ବା କେତେକ ମାଟି ଉପରକୁ ଆସନ୍ତି ତେବେ ଚଢେଇ ଓ ସୂର୍ଯ୍ୟକିରଣ ଦ୍ବାରା ସେମାନେ ମରିଯାନ୍ତି ବୋଲି କୁମାର ଉଲ୍ଲେଖ କରିଛନ୍ତି । ନିର୍ଦ୍ଦିଷ୍ଟ ପରିମାଣର କୀଟନାଶକ ବ୍ୟବହାରକୁ ଗୁରୁତ୍ବ ଦେବା ସହ ଶସ୍ୟକୁ କିଛି ଦିନ ଛାଡି ଅମଳ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାପରେ ବିକ୍ରୟ ପାଇଁ ନେବା ଉଚିତ ବୋଲି ସେ କହିଛନ୍ତି ।

ଲୁଧିଆନାର ମୁଖ୍ୟ କୃଷି ଅଧିକାରୀ ଡ. ନରିନ୍ଦର ପାଲ ସିଂ ବେନିୱାଲ କହିଛନ୍ତି, ସରକାର ନିଷେଧ କରିବାକୁ ଥିବା କୀଟନାଶକ ଗୁଡିକ ମାନବର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ତେଣୁ ସରକାର ସଠିକ୍ ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କୃଷି ମନ୍ତ୍ରଣାଳୟ ବିଭିନ୍ନ ଦାବି ଓ ଆପତ୍ତି ଦାଖଲ କରିବାକୁ 45 ଦିନ ପ୍ରଦାନ କରିଛି । ଏହି ସମୟ ମଧ୍ୟରେ ବ୍ୟବସାୟୀ, ତଥା କୀଟନାଶକ ପ୍ରସ୍ତୁତକାରୀମାନେ ନିଜର ମତ ରଖିପାରିବେ ।

କେନ୍ଦ୍ର ସରକାର ନିଷେଧ କରିବାକୁ ଥିବା ବିଭିନ୍ନ କୀଟନାଶକ ଗୁଡିକ ମଧ୍ୟରେ ଆସଫେଟ୍, ଅଲଟ୍ରିଜିନ, ବେନଫାରାକାର୍ବ, ବୁଟାକ୍ଲୋର, କ୍ୟାପଟେନ, କାର୍ବେଡେନଜିମ, କାବୁପ୍ରୋଫେନ, କ୍ଲୋରୋପାରିଫୋସ, 2.4-ଡି, ଡେଲଟାମେଥ୍ରିନ, ଡିକୋଫଲ, ଡିମେଥୋଟ, ଡିନୋକାପ, ଡିଅରନ, ମାଲଥିଓନ, ମାନକୋଜେବ, ମିଥୋମିଲ, ମୋନୋକ୍ରୋଟୋଫୋସ, ଅକ୍ସିଫ୍ଲୋରିନ, ପଦ୍ମନ୍ଥୋଲିନ, କୁନେଲଫୋସ, ସଲଫିସୁଲଫୋରେନ, ଥାଇଡୋକର୍ବ, ଥାଇଓପ୍ନେଟ ମିଥାଇଲ, ଥିରମ, ଜିନେବ ଓ ଜିରମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 11, 2020, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.