ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ । କଂଗ୍ରେସର କୃଷି ଋଣ ଛାଡ ପ୍ରତିଶୃତି ଉପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଲେ ବୋକା ନୁହଁନ୍ତି ବିହାରବାସୀ । ଏଇଟା ବିହାର ସମସ୍ତେ ସବୁ କିଛି ଜାଣନ୍ତି । ଏଠାରେ କେହି ମଧ୍ୟ ବୋକା ନୁହଁନ୍ତି ବୋଲି ହର୍ଷବର୍ଦ୍ଧନ ଟ୍ବିଟ କରି କହିଛନ୍ତି ।
ବିହାର ବିଧାନସଭା ନିର୍ବାଚନକୁ ନେଇ କୃଷକଙ୍କ ସମୃଦ୍ଧି ବିକାଶ ପାଇଁ କୃଷି ଋଣ ଛାଡ କରିବ ବୋଲି କଂଗ୍ରେସ ପକ୍ଷରୁ ଏକ ଟ୍ବିଟ କରାଯାଇଥିଲା । ଯାହାର ଜବାବରେ ଏଭଳି ବୟାନ ଦେଇଛି ସ୍ବାସ୍ଥ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ବୁଧବାର ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । 71ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ 3 ଓ 7 ତାରିଖରେ ଅନୁଷ୍ଠିତ ହେବ । ଏହାର ରିଜେଲ୍ଟ ନଭେମ୍ବର 10 ପ୍ରକାଶ ପାଇବ ।