ୱାଶିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ଉପ ରାଷ୍ଟ୍ରପତି ରୂପେ ନିର୍ବାଚିତ ପ୍ରଥମ ମହିଳା ଭାବରେ, 56 ବର୍ଷୀୟା କାଲିଫର୍ଣ୍ଣିଆର ସିନେଟ୍ ସଦସ୍ୟା, ଏବଂ ଦକ୍ଷିଣ ଏସିଆ ବଂଶୋଦ୍ଭବ ପ୍ରଥମ ବ୍ୟକ୍ତି. କମଳା ହାରିସ୍ ଶନିବାର ଦିନ ଇତିହାସ ରଚିଛନ୍ତି । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୂଳ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଆମେରିକାର ଉପରାଷ୍ଟ୍ରପତି ପଦବୀ ମଣ୍ଡନ କରିବାକୁ ଯାଉଛନ୍ତି ।
ଜାମାଇକାର ବାପା ଏବଂ ଭାରତୀୟ ମାଆଙ୍କ ଝିଅ ହେଉଛନ୍ତି ହାରିସ୍ । ସେ ମଧ୍ୟ ଜଣେ ପୂର୍ବତନ ଓକିଲ, ଯିଏ ଟ୍ରମ୍ପଙ୍କ ଦ୍ବାରା ନିଯୁକ୍ତ ଏବଂ ଅଦାଲତ ପାଇଁ ମନୋନୀତ ବ୍ୟକ୍ତିଙ୍କ ସଂପର୍କରେ ଶାଣିତ ପ୍ରଶ୍ନ ପଚାରି ଆସିଥିଲେ ଏବଂ ପ୍ରଚାର ସମୟରେ ଯାହାଙ୍କର ସୌମ୍ୟ ଶୀତଳ ବ୍ୟକ୍ତିତ୍ବ ତାଙ୍କୁ ଜଣେ ଡେମୋକ୍ରାଟିକ୍ ଷ୍ଟାର୍ ରୂପେ ଉପସ୍ଥାପନ କରିଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ପଦମଣ୍ଡନ କରିବାରେ ପ୍ରଥମ ମହିଳା ଭାବରେ ସେ ଇତିହାସ ରଚିବେ । ଡେମୋକ୍ରାଟ୍ମାନେ ଆଶା କରନ୍ତି ଯେ, ତାଙ୍କ ପ୍ରାର୍ଥିତ୍ବର ଏହି ଐତିହାସିକ ଦିଗ ହିଁ, ଆଫ୍ରିକୀୟ ଆମେରିକୀୟ ଏବଂ ଯୁବ ବର୍ଗ, ଏବଂ ନିର୍ଦ୍ଦିଷ୍ଟ ଭାବରେ ବାଇଡେନ୍ଙ୍କ ପ୍ରାର୍ଥିତ୍ବ ପ୍ରତି ସେତେଟା ଉତ୍ସାହ ପ୍ରଦର୍ଶନ କରି ନଥିବା ଗୋଷ୍ଠୀ ଭଳି ସମ୍ଭାବ୍ୟ ପ୍ରମୁଖ ଡେମୋକ୍ରାଟ ସମର୍ଥକମାନଙ୍କର ଗୋଷ୍ଠୀକୁ ଶକ୍ତିଶାଳୀ ଢଙ୍ଗରେ ସକ୍ରିୟ କରିବାରେ ସହାୟକ ହେବ ।
ଆମେରିକୀୟ ଲୋକଙ୍କ ଆଗରେ ହାରିସ୍ଙ୍କୁ ଉପରାଷ୍ଟ୍ରପତି ରୂପେ ଉପସ୍ଥାପିତ କରିବା ଏବଂ ପରବର୍ତ୍ତୀ ସମୟରେ ସେ କରିଥିବା ନିବେଦନରେ ନିହାତି ବ୍ୟକ୍ତିଗତ ଭାବ ରହିଥିଲା । ପୂର୍ବରୁ ସେ କରିଥିବା ଏକ ଟ୍ବିଟ୍ରେ ହାରିସ୍ କହିଥିଲେ ଯେ ‘ଯଦି ତୁମ ଆଗରେ ଏକ ସମସ୍ୟା ରହିଛି, ତେବେ ସେ ସଂପର୍କରେ ଅଭିଯୋଗ କରନାହିଁ, ବରଂ ସେ ସଂପର୍କରେ କିଛି କର’ ବୋଲି ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ଶିକ୍ଷା ଦେଇଥିବା ତାଙ୍କ ମାଆ ଶ୍ୟାମଳାଙ୍କ ଭଳି ବ୍ୟକ୍ତିଙ୍କ’ ସପକ୍ଷରେ ସେ ଭୋଟ ଦେବାକୁ ଚାହୁଁଛନ୍ତି ।” “ତାଙ୍କ ପାଇଁ ମୁଁ ଜାଣିଲି ଯେ ଆମେ କାର୍ଯ୍ୟରେ ନିୟୋଜିତ ହେଲେ ହିଁ ପରିବର୍ତ୍ତନ ସମ୍ଭବ ହେବ ।”
ହାରିସ୍ଙ୍କ ମାଆ ଶ୍ୟାମଳା ଗୋପାଲନ୍ଙ୍କୁ ମାତ୍ର 19 ବର୍ଷ ବୟସ ହୋଇଥିବା ବେଳେ ସେ ବର୍କଲେରେ ପହଞ୍ଚି ଥିଲେ । ସେତେବେଳେ ସେଠାରେ ବିଭିନ୍ନ ନାଗରିକ ଅଧିକାର କାର୍ଯ୍ୟକ୍ରମ ଲାଗି ରହିଥିଲା । ସେହିଠାରେ ହିଁ ଜାମାଇକାର ଜଣେ ଅର୍ଥଶାସ୍ତ୍ରରେ ସ୍ନାତକ ଛାତ୍ର ଡୋନାଲଡ ହାରିସ୍ଙ୍କ ସହିତ ତାଙ୍କର ସାକ୍ଷାତ ହେଲା । ସେମାନେ ବିବାହ କଲେ ଏବଂ ସେମାନଙ୍କର ଦୁଇଟି ଝିଅ ଜନ୍ମ ନେଲେ, କମଳା ଏବଂ ମାୟା । ବଡ଼ ବଡ଼ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଲା ବେଳେ ‘ମଦର ଇଣ୍ଡିଆ’ ବିଷୟରେ ଉଲ୍ଲେଖ କରିବାକୁ ହାରିସ୍ କେବେହେଲେ ଭୁଲନ୍ତି ନାହିଁ । ଆମେରିକାର ନିର୍ବାଚନ ମଇଦାନରେ ଥିବା ଚାରି ଜଣଙ୍କ- ଟ୍ରମ୍ପ-ପେନ୍ସ ଏବଂ ବାଇଡେନ୍-ହାରିସ୍- ମଧ୍ୟରୁ ହାରିସ୍ଙ୍କ ବୟସ ସବୁଠାରୁ କମ୍ । ତାଙ୍କ ବୟସ 55 ବର୍ଷ । ଉଭୟ ଟ୍ରମ୍ପ୍ ଏବଂ ବାଇଡେନ୍ଙ୍କ ବୟସ ବିଚାରକୁ ନେଲେ, 2024 ପୂର୍ବରୁ ରାଷ୍ଟ୍ରପତି ପଦଭାର ସମ୍ଭାଳିବା ପାଇଁ ପେନ୍ସ କିମ୍ବା ହାରିସ୍ଙ୍କ ଆବଶ୍ୟକତା ପଡ଼ିପାରେ ବୋଲି ଭୋଟଦାତାମାନେ ଆଲୋଚନା କରୁଛନ୍ତି ।