ETV Bharat / bharat

ଅସୁସ୍ଥ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ, ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି - gurugram

ନଭେମ୍ବର 20ରେ ଅନୀଲ ବିଜ ଭାରତ ବାୟୋଟେକ ଦ୍ବାରା ବିକଶିତ ସ୍ବଦେଶୀ କରୋନା ଟିକା କୋଭାକ୍ସିନ ନେଇଥିଲେ । କିନ୍ତୁ 15 ଦିନ ପରେ କରୋନା ସଂକ୍ରମିତ ହୋଇଥିଲେ । ଫଳରେ ଟିକାକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ଅନୀଲଙ୍କ ଅସୁ୍ସ୍ଥ ଆହୁରି ଚିନ୍ତା ବଢାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Hariyana home minister anil vij
Hariyana home minister anil vij
author img

By

Published : Dec 16, 2020, 1:58 PM IST

ଅମ୍ବାଲା: ହରିୟାଣ ଗୃହମନ୍ତ୍ରୀ ଅନୀଲ ବିଜଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି । କରୋନାରେ ସଂକ୍ରମିତ ହେବା ପରଠାରୁ ଚିକିତ୍ସାଧିନ ଅଛନ୍ତି ଅନିଲ । ତେବେ ମଙ୍ଗଳବାର ସ୍ବାସ୍ଥ୍ୟ ବସ୍ଥା ଗୁରୁତ୍ବର ହେବାରୁ ମନ୍ତ୍ରୀ ଅନୀଲଙ୍କୁ PGI ରୋହତକ ମେଡିକାଲରୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ବର୍ତ୍ତମାନ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ICU ରେ ଚିକିତ୍ସତ ହେଉଛନ୍ତି ଅନିଲ ବିଜ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଅନୁଧ୍ୟାନ କରିବା ସହ ଆବଶ୍ୟକ ଚିକିତ୍ସା କରୁଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମେଡିକାଲ ଟିମ ପାଖରୁ ଅନିଲ ବିଜଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ଡାକ୍ତରୀ ଟିମଙ୍କ ସୂଚନା ଅନୁସାରେ ଅନିଲଙ୍କ ଫୁସଫୁସରେ ସଂକ୍ରମଣ ବଢିଥିବା ବେଳେ ସେ ନିମୋନିଆରେ ମଧ୍ୟ ପୀଡିତ ଅଛନ୍ତି । ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ସ୍ୱଦେଶୀ କରୋନା ଟିକା କୋଭାକ୍ସିିନ ନେବାର କିଛି ଦିନ ପରେ ସେ କୋରୋନା ଆକ୍ରାନ୍ତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ନଭେମ୍ବର 20 ରେ ଅନିଲ ବିଜ ଭାରତ ବାୟୋଟେକ ଦ୍ବାରା ବିକଶିତ ସ୍ବଦେଶୀ କରୋନା ଟିକା କୋଭାକ୍ସିନ ନେଇଥିଲେ । କିନ୍ତୁ ଡିସେମ୍ବର 5 ରେ ନିଜେ ଭ୍ୟାକ୍ସିନ ନେବା ସତ୍ତ୍ବେ କରୋନା ପଜିଟିଭ ହୋଇଥିବା ଟ୍ବିଟ କରି ସୂଚନା ଦେଇଥିଲେ । ଫଳରେ କୋରୋନା ଭ୍ୟାକ୍ସିନକୁ ନେଇ ସାରା ଦେଶରେ ଅନେକ ଚର୍ଚ୍ଚା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.