ETV Bharat / bharat

ହରିୟାଣା କୃଷି ମନ୍ତ୍ରୀଙ୍କୁ ହତ୍ୟା ଧମକ, ଏସଆଇଟି ଟିମ ଗଠନ କରି ପୋଲିସର ତଦନ୍ତ ଆରମ୍ଭ

author img

By

Published : Dec 5, 2020, 5:22 PM IST

ହରିୟାଣା କୃଷିମନ୍ତ୍ରୀ ଜେପି ଦଲାଲଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ। ଚାଷୀ ଆନ୍ଦୋଳନକୁ ନେଇ କେହି ଦୁର୍ବୃତ୍ତ ଅଜଣା ନମ୍ବରରୁ ଫୋନ କରି ମନ୍ତ୍ରୀଙ୍କୁ ଏଭଳି ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ...

hariyana agriculture minister jp dalal threatened to death by a unknown number over statement for farmer protest
ହରିଆଣା କୃଷି ମନ୍ତ୍ରୀଙ୍କୁ ହତ୍ୟା ଧମକ, ଏସଆଇଟି ଟିମ ଗଠନ କରି ପୋଲିସର ତଦନ୍ତ ଆରମ୍ଭ

ଚଣ୍ଡିଗଡ଼: ହରିୟାଣା କୃଷିମନ୍ତ୍ରୀ ଜେପି ଦଲାଲଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ। କେହି ଦୁର୍ବୃତ୍ତ ଏକ ଅଜଣା ନମ୍ବରରୁ ଫୋନ କରି ମନ୍ତ୍ରୀଙ୍କୁ ଏଭଳି ଧମକ ଦେଇଥିବା ଅଭିଯୋଗ ହୋଇଛି। ମନ୍ତ୍ରୀଙ୍କ ସହ ଏକ ସ୍ଥାନୀୟ ଖବର କାଗଜ ମାଲିକଙ୍କୁ ମଧ୍ୟ ଜୀବନରୁ ମାରିଦେବା ନେଇ ଧମକ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଖବରକାଗଜ ମାଲିକ ମୁକେଶ ରୋହିଲା ଭିବାନୀ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି। ମୁକେଶ ରୋହିଲାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଏସଆଇଟି ଗଠନ କରି ଘଟଣାର ତଦନ୍ତ ଜାରି ରଖିଛି। ଦିଲ୍ଲୀରେ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ନେଇ ଏଭଳି ଧମକ ଦିଆଯାଇଥିବା ସୂଚନା ମିଳିଛି।

"ବୟାନ ଦେବା ବନ୍ଦ କର ନହେଲେ ଉଡ଼ାଇ ଦେବୁ"

ଖବରକାଗଜ ମାଲିକ ମୁକେଶ ରୋହିଲା କହିଛନ୍ତି ଯେ, "କୌଣସି ଏକ ଅଜଣା ନମ୍ବରରୁ ମୋତେ ଫୋନ ଆସିଥିଲା। ଏହାପରେ ଦିଲ୍ଲୀରେ ହେଉଥିବା କୃଷି ଆନ୍ଦୋଳନକୁ ନେଇ ଖବର ନ ଛାପିବାକୁ ଧମକ ଦେବାକୁ ଆରମ୍ଭ କରିଥିଲା। କୃଷି ଆନ୍ଦୋଳନକୁ ନେଇ କୃଷିମନ୍ତ୍ରୀ ଜେପି ଦଲାଲ ଯେଉଁ ସବୁ ମନ୍ତବ୍ୟ ଦେଉଛନ୍ତି ସେସବୁ ଛାପିବାକୁ ବନ୍ଦ କରିବାକୁ ଧମକ ମିଳିଥିଲା । ଏସବୁ ଖବର ଛାପିବା ବନ୍ଦ ନକଲେ କୃଷି ମନ୍ତ୍ରୀଙ୍କ ପରିବାର ସହ ଖବରକାଗଜ ମାଲିକ ପରିବାରକୁ ଉଡ଼ାଇ ଦେବା ନେଇ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି ।"

ଧମକପୂର୍ଣ୍ଣ ଫୋନ ଆସିଥିବା ନମ୍ବରକୁ ଯାଞ୍ଚ କରୁଛି ପୋଲିସ

ଘଟଣାକୁ ନେଇ ହରିୟାଣା ହେଡକ୍ବାଟର ଡିଏସପି ବିରେନ୍ଦ୍ର ସିଂହ କହିଛନ୍ତି ଯେ, ଖବର କାଗଜ ମାଲିକଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଫୋନ ନମ୍ବରଟି ଉତ୍ତର ପ୍ରଦେଶର ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏହାକୁ ନେଇ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ସ୍ବତନ୍ତ୍ର ତଦନ୍ତକାରୀ ଦଳ ବର୍ତ୍ତମାନ ଉତ୍ତରପ୍ରଦେଶ ଗସ୍ତ କରିଛି । ଯେଉଁ ସ୍ଥାନରୁ ଫୋନ ଆସିଥିଲା ସେହି ସ୍ଥାନରୁ ତଦନ୍ତ ଆରମ୍ଭ କରିବ ପୋଲିସ।

ନୂତନ କୃଷି ଆଇନ ବିରୋଧରେ ଜାରି ରହିଛି ଆନ୍ଦୋଳନ

ସେପଟେ ନୂତନ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ଚାଷୀ ଆନ୍ଦୋଳନକୁ ସମର୍ଥନ ମିଳୁଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଥିବା ବେଳେ କିଛି ବୟାନବାଜି ଚାଷୀମାନଙ୍କ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟରୁ ବିଚ୍ୟୁତ କରିପାରେ ବୋଲି ଚାଷୀମାନେ ଆଶଙ୍କା ଜାହିର କରିଛନ୍ତି । ଆନ୍ଦୋଳନ ପରେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଜାରି ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.