ETV Bharat / bharat

ନିର୍ବାଚନ ଲଢିବା ମନା, ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବେ ହାର୍ଦ୍ଦିକ

2 ବର୍ଷ ଜେଲ ଦଣ୍ଡାଦେଶ ମିଳିଥିବା କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଗୁଜୁରାଟ ହାଇକୋର୍ଟଙ୍କ ବିନା ଅନୁମତିରେ ସୋମବାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବାକୁ ଯାଉଛନ୍ତି। ନିଜ ଯାଚିକାରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବେ।

author img

By

Published : Apr 1, 2019, 2:21 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଗୁଜୁରାଟ ହାଇକୋର୍ଟଙ୍କ ବିନା ଅନୁମତିରେ ସୋମବାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବାକୁ ଯାଉଛନ୍ତି। ସେ ନିଜ ଯାଚିକାରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବେ। ଏହାସହ ତାଙ୍କୁ ମିଳିଥିବା ଦଣ୍ଡକୁ ନିଲମ୍ବିତ କରିବାକୁ ସୁପ୍ରିମକୋର୍ଟରେ ନିବେଦନ କରିବେ।

ହାର୍ଦ୍ଦିକଙ୍କ କହିବା କଥା ହେଲା ନାମାଙ୍କନ ଦାଖଲ କିରବାର ଶେଷ ଦିନ ପାଖେଇ ଆସୁଛି। ସେ ଚାହୁଁଛନ୍ତି ସୁପ୍ରିମକୋର୍ଟ ତାଙ୍କର ଯାଚିକା ଉପରେ ଶୀଘ୍ର ଶୁଣାଣି କରନ୍ତୁ। ସେପଟେ ଗୁଜୁରାଟ ସରକାରଙ୍କ କହିବା କଥା ହେଲା ସେ ହାର୍ଦ୍ଦିକଙ୍କ ଯାଚିକାକୁ ବିରୋଧ କରୁଛନ୍ତି । ଯଦି ସେ ଯାଚିକା ଦାଖଲ କରନ୍ତି ତେବେ ଶୁଣାଣି ବେଳେ ରାଜ୍ୟସରକାର ତାଙ୍କୁ ବିରୋଧ କରିବେ।

ସୂଚନା ଥାଉକି 2015 ମସିହାରେ ଗୁଜୁରାଟର ମେଗସାଣାସ୍ଥିତ ବିସନଗରରେ ହାର୍ଦ୍ଦିକ ପଟେଲ ଦଙ୍ଗା ସୃଷ୍ଟି କରିଥିଲେ। ଏହି ମାମଲାରେ ତାଙ୍କୁ 2 ବର୍ଷ ଜେଲଦଣ୍ଡାଦେଶ ମିଳିଥିଲା ଏବଂ କୋର୍ଟ ତାଙ୍କୁ ଜାମିନ ମଧ୍ୟ ଦେଇଥିଲେ। କିନ୍ତୁ ହାର୍ଦ୍ଦିକଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ଥ କରିବା ସେ କୋର୍ଟଙ୍କ ଆଦେଶକୁ ସ୍ଥଗିତ କରିବା ପାଇଁ ନିବେଦନ କରିଥିଲେ। କାରଣ ସେ ଆସନ୍ତା ଲୋକସଭା ନିର୍ବାଚନ ଲଢିବେ। ତେବେ ଶୁକ୍ରବାର କଂଗ୍ରେସକୁ ବଡ ଝଟକା ଲାଗିଥିଲା। ଗୁଜୁରାଟ ହାଇକୋର୍ଟ ଦଳୀୟ ନେତା ହାର୍ଦ୍ଦିକ ପଟେଲଙ୍କ ନିବେଦନ ଖାରଜ କରଥିଲେ।ଏନେଇ ବର୍ତ୍ତମାନ ହାର୍ଦ୍ଦିକ ସୁପ୍ରିମକୋର୍ଟର ଦ୍ବାରସ୍ତ ହେବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.