ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 69ତମ ଜନ୍ମଦିନ । ଏହି ଅବସରରେ ସାରା ଦେଶରେ ବିଜେପି କର୍ମୀ ଓ ମୋଦି ପ୍ରଶଂସକମାନେ କେକ୍ କାଟି, ଆତସବାଜି କରି ଖୁବ ଧୁମଧାମରେ ସେଲିବ୍ରେସନ କରୁଛନ୍ତି । କେବଳ ଦେଶବାସୀ କାହିଁକି ବିଦେଶରୁ ମଧ୍ୟ ମୋଦିଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।
ଏନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୋଦିଙ୍କ ସହ ଜଡିତ ଅନେକ ରୋଚକ କଥା, ତାଙ୍କ ପସନ୍ଦର ଖାଦ୍ୟ, ତାଙ୍କ ସଙ୍ଘର୍ଷମୟ କାହାଣୀର ଭିଡିଓ ଓ ପୁରୁଣା ଫଟୋ ସେୟାର କରି ଜନ୍ମଦିନ ପାଳନ କରୁଛନ୍ତି ।
ତେବେ ଏହି ଖାସ କଥାରୁ ଗୋଟିଏ ହେଲା, ମୋଦିଜୀଙ୍କ ମୋବାଇଲ ଫୋନ ଏବଂ ସିମକାର୍ଡ । ଆପଣ ଜାଣିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦି କେଉଁ ହ୍ୟାଣ୍ଡସେଟ ଧରନ୍ତି ଓ କେଉଁ ସିମକାର୍ଡ ବ୍ୟବହାର କରନ୍ତି । ଯଦି ଜାଣି ନାହାଁନ୍ତି, ଆସନ୍ତୁ ଜାଣିବା ଏହା ଉପରେ...
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପଲ ସେଟର ସ୍ମାର୍ଟଫୋନ ବ୍ୟବହାର କରିଥିବା ଦେଖାଯାଇଛି। 2018ରେ ଚୀନ ଏବଂ ଦୁବାଇ ଗସ୍ତ ସମୟରେ ମୋଦି iphone-6 ସିରିଜ ସ୍ମାର୍ଟଫୋନ ଧରିଥିବା ଦେଖାଯାଇଥିଲା । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଦି ଏବେ କେବଳ ଟପ-ଆଣ୍ଡ ଆପଲ ଡିଭାଇସେସର ବ୍ୟବହାର କରୁଛନ୍ତି ।
ପିଏମ ବ୍ୟବହାର କରୁଥିବା ସିମକାର୍ଡ ସମ୍ପର୍କରେ ଲୋକେ ଦୁଇବର୍ଷ ପୂର୍ବରୁ ହିଁ ଜାଣିବାକୁ ପାଇଲେ । ପାଖାପାଖି 2 ବର୍ଷ ତଳେ ମୋଦି ନିଜ ମୋବାଇଲର ସ୍କିନସଟ ସେୟାର କରିଥିଲେ । ଯେଉଁଥିରେ ଭୋଡାଫୋନ ନେଟୱାର୍କ ଥିଲା । ଆଉ ତଳେ ଲେଖାଥିଲା, ମୋଦି ଭୋଡାଫୋନର ସିମକାର୍ଡ ବ୍ୟବହାର କରୁଛନ୍ତି ।