ETV Bharat / bharat

ହାଇଦ୍ରାବାଦରେ ଲଜ୍ଜା; 'ମୋ ପୁଅକୁ ଫାଶି ଦେଇଦିଅ ନଚେତ ଜିଅନ୍ତା ଜାଳିଦିଅ'

author img

By

Published : Dec 1, 2019, 8:55 PM IST

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପ୍ରାଣୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏତିକି ବେଳେ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ବୟାନ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ।

Hang them or set him on fire
ହାଇଦ୍ରାବାଦରେ ପ୍ରାଣୀ ଡାକ୍ତରଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା; 'ମୋ ପୁଅକୁ ଫାଶି ଦେଇଦିଅ ନଚେତ ଜିଅନ୍ତା ଜାଳିଦିଅ'

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପ୍ରାଣୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ମାମଲାରେ 4 ଅଭିଯୁକ୍ତକୁ ପୋଲିସ 14 ଦିନିଆ ନ୍ୟାୟିକ ହେପାଜତରେ ନେଇଛି । ଏତିକି ବେଳେ ଏବେ 4 ଅଭିଯୁକ୍ତଙ୍କ ପରିବାର ଲୋକେ ଇଟିଭି ଭାରତକୁ ଏପରି ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି ।

ଏହି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଚେନ୍ନାକେଶବୁଲୁରଙ୍କ ମାଆ ଶ୍ୟାମଲା ଇଟିଭି ଭାରତକୁ କହିଛନ୍ତି ଯେ, ମୋ ପୁଅକୁ ଫାଶୀ ଦେଇଦିଅ ନହେଲେ ଜାଳି ଦିଅ । ଯେମିତି ସେ ସେହି ମହିଳା ଡାକ୍ତରକୁ ଦୁଷ୍କର୍ମ ପରେ ପୋଡିଦେଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ସେହି ଝିଅର ପରିବାରର ଦୁଃଖ ବୁଝିପାରୁଛି । ମୋର ବି ଗୋଟିଏ ଝିଅ ଅଛି, ସେ ପରିବାର ଏବେ କେଉଁଭଳି ମାନସିକ ସ୍ଥିତି ଦେଇ ଗତି କରୁଛି ତାହା ମୁଁ ହୃଦବୋଧ କରି ପାରୁଛି । ଯଦି ଏଭଳି ପରିସ୍ଥିତିରେ ମୁଁ ମୋ ପୁଅର ସୁରକ୍ଷା ପାଇଁ ଲଢିବି, ତାହେଲେ ଜୀବନ ସାରା ଲୋକ ମତେ ଘୃଣା କରିବେ ।

ଅଭିଯୁକ୍ତ ଚେନ୍ନାକେଶବୁଲୁରଙ୍କ ମାଆ ଶ୍ୟାମଲା ଏହା ମଧ୍ୟ କହିଛନ୍ତି , ଯେ ଗୁରୁବାର ସକାଳୁ ଯେବେ ମୋ ପୁଅକୁ ପଚରାଉଚରା କରିବା ପାଇଁ ନେଇଯାଇଥିଲେ ସେବେ ମୋ ସ୍ବାମୀ ଚିନ୍ତିତ ହୋଇ ଘର ବାହାରକୁ ପଳାଇଥିଲେ । ମୋ ପୁଅ ଚେନ୍ନାକେଶବୁଲୁର ବିବାହ ୫ ମାସ ତଳେ ହୋଇଥିଲା । ତା ପସନ୍ଦର ଝିଅକୁ ଆମେ ବିବାହ କରିଥିଲୁ । ମୋ ପୁଅ କିଡନୀ ରୋଗରେ ପୀଡିତ । ପ୍ରତି 6 ମାସକୁ ଥରେ ତାକୁ ହସପିଟାଲକୁ ଚିକିତ୍ସା କରିବାକୁ ନେଇଥାଉ । ପରିବାରର ବୋଝ ତାକୁ କେବେ ଅନୁଭବ କରିବାକୁ ଦିଆଯାଇନାହିଁ ।

ସେହିପରି ଅନ୍ୟ ଅଭିଯୁକ୍ତ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନଙ୍କ ମାଆ ମାନେ ମଧ୍ୟ ତାଙ୍କ ପୁଅକୁ ଜିଅନ୍ତା ଜାଳିଦେବାକୁ ନଚେତ ଫାଶୀ ଦେବାକୁ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.