ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟଦ ଓ ପାକିସ୍ତାନର କିଛି ନେତାଙ୍କ ବିରୋଧରେ କୋର୍ଟରେ ଚାଲିବ ମାମଲା । ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ଲାହୋରସ୍ଥିତ ଆଣ୍ଟି ଟେରୋରିଜିମ୍ କୋର୍ଟ । ଟେରର୍ ଫଣ୍ଡିଂ ମାମଲାରେ ହାଫିଜ ସୟଦ ଉପରେ ଚାଲିବ ମାମଲା ।
ଗତ ଜୁଲାଇ ଜମାତ-ଉଦ-ଦାବାର ମୁଖ୍ୟ ହାଫିଜ୍ ସୟଦ ଓ କେତେକ ପାକିସ୍ତାନ ନେତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜ୍ଜୁ ହୋଇଥିଲା । ଆସନ୍ତା 7ତାରିଖରୁ ଏହି ମାମଲାରେ ଶୁଣାଣି ଆରମ୍ଭ ହେବ । ଏଟିସି ଜର୍ଜ ନେଇ ନିଷ୍ପତ୍ତି ନେଇଛନ୍ତି । ସାକ୍ଷ୍ୟ ଓ ପ୍ରମାଣ ଭିତ୍ତିରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।
ପ୍ରକାଶ ଯେ, ପଞ୍ଜାବ ପୋଲିସର କାଉଣ୍ଟର ଟୋରେରିଜିମ ଡିପାର୍ଟମେଣ୍ଟ ପକ୍ଷରୁ ହାଫିଜ ବିରୋଧରେ ପଞ୍ଜାବର ବିଭିନ୍ନ ଥାନାରେ 23ଟି ମାମଲା ରହିଛି ।