ହାଇଦ୍ରାବାଦ: ଇନଷ୍ଟାଗ୍ରାମରେ ଭଳିକି ଭଳି ଯୁବତୀଙ୍କ ନାଁରେ ଫେକ ଆଇଡି ଖୋଲି 70 ଯୁବତୀଙ୍କୁ ଠକିଲେ ଯୁବକ । ଯୁବତୀଙ୍କ ଫଟୋ ବା ପ୍ରୋଫାଇଲ ଫଟୋ ବ୍ୟବହାର କରି ଫେକ ଇନଷ୍ଟାଗ୍ରାମ ଆଇଡି ଖୋଲି ଅନଲାଇନରେ 70ରୁ ଊର୍ଦ୍ଧ୍ବ ଠକିଲେ ଯୁବକ । ଅନଲାଇନରେ ଯୁବତୀଙ୍କ ନାଁରେ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିବା ଏବଂ ଝିଅମାନଙ୍କୁ ପ୍ରତାରଣା କରିବା ଅଭିଯୋଗରେ ହାଇଦ୍ରାବାଦ ସାଇବର କ୍ରାଇମ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବିଜୟୱାଡାର ମୂଳ ବାସିନ୍ଦା ବୋଲି ଜଣାପଡିଛି ।
ତେଲେଙ୍ଗାନାରର ରାଜଧାନୀ ହାଇଦ୍ରାବାଦରେ ମାନିକୋଣ୍ଡରା ରହୁଥିବା ସୁମନ୍ତ ଆମାଜନ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସୁମନ୍ତ ଇନଷ୍ଟାଗ୍ରାମରେ ଯୁବତୀଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଅନେକ ଯୁବତୀଙ୍କ ସହ ଚାଟ୍ କରିଥିଲେ । ଧୀରେ ଧୀରେ ସେ ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରି ସେମାନଙ୍କର ଫଟୋ ସଂଗ୍ରହ କରିବା ଆରମ୍ଭ କରୁଥିଲେ । ଫାଶରେ ପଡ଼ିବା ପରେ ସେ ଝିଅମାନଙ୍କୁ ଧମକ ଦେବା ଆରମ୍ଭ କରି ସେମାନଙ୍କୁ ଅଶ୍ଳୀଳ ଫଟୋ ପଠାଉଥିଲେ । ପୀଡିତାଙ୍କ ଅଭିଯୋଗ ପରେ ହାଇଦ୍ରାବାଦ ସାଇବର କ୍ରାଇମ ପୋଲିସ ସୁମନ୍ତଙ୍କୁ ଗିରଫ କରିଛି ।
ହାଇଦ୍ରାବାଦ ସାଇବର କ୍ରାଇମ ଏସିପି ପ୍ରସାଦ କହିଛନ୍ତି ଯେ 'ସେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଇଣ୍ଟରନେଟରୁ ଏକ ସୁନ୍ଦରୀ ଝିଅର ଫଟୋ ଡାଉନଲୋଡ୍ କରି ଏକ ପ୍ରୋଫାଇଲ୍ କରନ୍ତି | ତା’ପରେ ଅନ୍ୟ ଯୁବତୀମାନଙ୍କୁ ଏକ ଅନୁରୋଧ ପଠାନ୍ତି । ବନ୍ଧୁ ହେବା ପରେ ତାଙ୍କ ଅନୁରୋଧ ଗ୍ରହଣ କରିଥିବା ଲୋକଙ୍କ ସହ ଚାଟିଂ ଆରମ୍ଭ କରନ୍ତି । ତାଙ୍କ ନିକଟତର ହେବା ପରେ ସେ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ଏବଂ ଭିଡିଓ ପଠାନ୍ତି । ସେମାନଙ୍କର ଫଟୋକୁ ବିକୃତ କରି ଏବଂ ହଇରାଣ କରନ୍ତି । ଏଭଳି ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଲୋକଙ୍କୁ ଚିହ୍ନିବା କଷ୍ଟସାଧ୍ୟ ହେଉଛି, ତେଣୁ ସୋସିଆଲ ମିଡିଆରେ ଝିଅମାନଙ୍କୁ ଅପରିଚିତ ବ୍ୟକ୍ତିଙ୍କ ସହ ଚାଟ୍ ନ କରିବାକୁ ପରାମର୍ଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ