ୱାଶିଂଟନ: ସଙ୍କଟ ଘଡିରେ ଭାରତର ସହାୟତା । କିଲର କୋରୋନା କବଳରୁ ବିଶ୍ବବାସୀଙ୍କ ଉଦ୍ଧାର କରିବା ଦିଗରେ ଦେଇଛି ମାନବିକତାର ପରିଚୟ । ସାର୍କ ଦେଶ ସହିତ ବ୍ରିଟେନ, ବ୍ରାଜିଲ ଓ ଇସ୍ରାଇଲକୁ ବଢାଇଛି ସହଯୋଗର ହାତ । ଭାରତର ଏଭଳି ପଦକ୍ଷେପକୁ ସାଲ୍ୟୁଟ କରିଛନ୍ତି ଜାତି ସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ । କେବଳ ଭାରତ ନୁହେଁ ଅନ୍ୟାନ୍ୟ ଦେଶର ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ସାରା ବିଶ୍ବ ଏବେ ବିପର୍ଯ୍ୟୟ ମୁହାଁ । କୋରୋନା ନାମକ ଏହି ଭାଇରସ ମହାମାରୀ ରୂପ ନେଇ ସାରା ବିଶ୍ବକୁ ଗିଳିବାରେ ଲାଗିଛି । ଏପରି ପରିସ୍ଥିତିରେ କୋରୋନାକୁ ପ୍ରତିହିତ କରିବା ପାଇଁ ଏଯାବତ କୌଣସି ଚିକିତ୍ସା କିମ୍ବା ଭ୍ୟାକିସନ ବାହାରି ପାରି ନାହିଁ । ତଥାପି ଏହି ରୋଗ ପାଇଁ ସଞ୍ଜିବନୀ ସାଜିଛି ହାଇଡ୍ରୋକ୍ସି କ୍ଲୋରକୁଇନ । ଯାହା ଭାରତରେ ବିଭିନ୍ନ ଦେଶକୁ ମଧ୍ୟ ରପ୍ତାନୀ କରିଛି ।
ଏପରିକି କୋରୋନା ମୁକାବିଲା ପାଇଁ ଭାରତ କୁଏତ ଓ ମାଲଦ୍ବୀପକୁ ନିଜ ସାମରିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପଠାଇଛି । ଭାରତର ଏହି ସହଯୋଗ କରିବାକୁ ଦିଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟାନ୍ୟ ସଙ୍ଗଠନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ଗତ ଗୁରୁବାର କୋଭିଡ-19 ସମ୍ପର୍କୀତ ତଥ୍ୟ ଦେବା ସମୟରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତର ଦେବାକୁ ଯାଇ ଏପରି କହିଥିଲେ ଗୁଟରେସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ