ETV Bharat / bharat

କୋଭିଡ ନିୟମ ସହ ୟେଲୋ ଲାଇନ ପର୍ଯ୍ୟନ୍ତ ଆରମ୍ଭ ହେଲା ମେଟ୍ରୋ ସେବା

author img

By

Published : Sep 7, 2020, 1:18 PM IST

ଦୀର୍ଘ 5 ମାସ ପରେ ଗୁରୁଗ୍ରାମରେ ଚାଲିଲା ମେଟ୍ରୋ ସେବା । ଦିଲ୍ଲୀର ସମୟପୁର ବାଦଲୀ ଷ୍ଟେସନରୁ ହୁଡା ସିଟି ସେଣ୍ଟର ପର୍ଯ୍ୟନ୍ତ ଉପଲବ୍ଧ ରହିବ ଏହି ସେବା । ବର୍ତ୍ତମାନ ଦିନକୁ 8 ଘଣ୍ଟା ପାଇଁ ମେଟ୍ରୋ ସେବା ଜାରି ରହିବ । ଅଧିକ ପଢନ୍ତୁ...

କୋଭିଡ ନିୟମ ସହ ୟଲୋ ଲାଇନ ପର୍ଯ୍ୟନ୍ତ ଆରମ୍ଭ ହେଲା ମେଟ୍ରୋ ସେବା

ଗୁରୁଗ୍ରାମ: ଦୀର୍ଘ 5 ମାସର ବ୍ୟବଧାନ ପରେ ପୁଣି ଟ୍ରାକକୁ ଫେରିଛି ସାଇବର ସିଟି ଗୁରୁଗ୍ରାମରେ ମେଟ୍ରୋ ସେବା । ହେଲେ ଏହି ସେବା କେବଳ ୟେଲୋ ଲାଇନ ଅର୍ଥାତ ଦିଲ୍ଲୀର ସମୟପୁର ବାଦଲୀ ଷ୍ଟେସନରୁ ହୁଡା ସିଟି ସେଣ୍ଟର ପର୍ଯ୍ୟନ୍ତ ଉପଲବ୍ଧ ରହିବ । ସେପଟେ ମେଟ୍ରୋ ସେବା ଆରମ୍ଭ ହେବା ଦିଲ୍ଲୀବାସୀଙ୍କୁ ଯାତାୟତରେ ଆଶ୍ବସ୍ତି ମିଳିଛି । କାରଣ ସେମାନଙ୍କ ପାଇଁ ଗୁରୁଗ୍ରାମରୁ ଦିଲ୍ଲୀକୁ ଯାତ୍ରା ସୁଗମ ହେବ ।

ପ୍ରକାଶ ଥାଉ କି, ବର୍ତ୍ତମାନ କୋଭିଡ ସଙ୍କଟ ସମୟରେ ଆରମ୍ଭ ହୋଇଥିବା ମେଟ୍ରୋ ସେବାରେ ଅନେକ ଗୁଡିଏ ପରିବର୍ତ୍ତନ କରାଯାଇଛି । ଏଣିକି ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନୂଆ ନିୟମ ଗୁଡିକୁ ମାନିବାକୁ ପଡିବ ।

ମେଟ୍ରୋରେ ପ୍ରବେଶ କରିବା ମାତ୍ରେ ଯାତ୍ରୀଙ୍କୁ ସୋସିଆଲ ଡିଷ୍ଟାନ୍ସିଂ ଏବଂ ମାସ୍କ ପିନ୍ଧିବାକୁ ପଡିବ । ବିନା ମାସ୍କରେ କୌଣସି ବ୍ୟକ୍ତି ଷ୍ଟେସନ ଭିତରକୁ ପ୍ରବେଶ କରିପାରିବେ ନାହିଁ । ସେହିପରି ମେଟ୍ରୋରେ ପ୍ରବେଶ ଏବଂ ପ୍ରସ୍ଥାନ ନେଇ ଭିନ୍ନ ଭିନ୍ନ ରାସ୍ତା ପ୍ରସ୍ତୁତ ହୋଇଛି । ଏହାରି ଭିତରେ ଯାତାୟତ କଲେ ଯାତ୍ରୀଙ୍କୁ ଆବଶ୍ୟକ ମୁତାବକ ଦୂରତା ରକ୍ଷା କରିବାକୁ ପଡିବ ।

କୋଭିଡ ନିୟମ ସହ ୟଲୋ ଲାଇନ ପର୍ଯ୍ୟନ୍ତ ଆରମ୍ଭ ହେଲା ମେଟ୍ରୋ ସେବାକୋଭିଡ ନିୟମ ସହ ୟଲୋ ଲାଇନ ପର୍ଯ୍ୟନ୍ତ ଆରମ୍ଭ ହେଲା ମେଟ୍ରୋ ସେବା

ସକାଳ ସମୟରେ ମେଟ୍ରୋ ଚଳାଚଳ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ଉଦ୍ୟୋଗିକ ସୁରକ୍ଷା ବଳ ଅର୍ଥାତ୍ ସିଆଇଏସଏଫ ଟିମ ମେଟ୍ରୋ ଷ୍ଟେସନ ଯାଞ୍ଚ କରିବେ । ଏହି ସୁରକ୍ଷା ଯାଞ୍ଚରେ ଗୁରୁଗ୍ରାମ ପୋଲିସ ମଧ୍ୟ ସେମାନଙ୍କୁ ସହଯୋଗ କରିବ । ସବୁ ଷ୍ଟେସନରେ ଯାତ୍ରୀଙ୍କୁ ଗୋଟିଏ ଗେଟରେ ହିଁ ପ୍ରବେଶ ଓ ପ୍ରସ୍ଥାନର ସୁବିଧା ମିଳିବ ।

ତେବେ ମେଟ୍ରୋ ଷ୍ଟେସନରେ କୋଭିଡ ନିୟମ ପାଳନ କରିବାକୁ ଯାତ୍ରୀଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯିବ । ଯଦ୍ବାରା ନିଶ୍ଚିତ କରାଯାଇପାରିବ କି ଯାତ୍ରୀ ମାସ୍କ ପିନ୍ଧିଛନ୍ତି କି ନାହିଁ । ଏଥିସହ ଯାତ୍ରୀ ସାଙ୍ଗରେ ଆଣିଥିବା ସାମଗ୍ରୀ ଗୁଡିକୁ ଭଲ ଭାବେ ସାନିଟାଇଜ କରାଯିବ । ସୂଚନାଯୋଗ୍ୟ, ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଖରେ ସ୍ମାର୍ଟ କାର୍ଡ ଥିବା ଜରୁରୀ । କାରଣ ଏବେ ଷ୍ଟେସନରେ କ୍ୟାସ ସିଷ୍ଟମ ହଟାଇ ଦିଆଯିବା ସହ ଟୋକନ ବ୍ୟବସ୍ଥା ହଟାଇ ଦିଆଯାଇଛି । ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ କମ ସାମଗ୍ରୀ ଧରି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.