ETV Bharat / bharat

ଷ୍ଟାର୍ଟଅପ୍ କମ୍ପାନୀ ତିଆରି କଲା ଶସ୍ତା ଭେଣ୍ଟିଲେଟର - ଲକଡାଉନ

କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 3 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହି ମହାମାରୀକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ ଉପକରଣ ତିଆରି କରୁଥିବା ଏକ ଷ୍ଟାର୍ଟଅପ୍ କମ୍ପାନୀ ଏକ ଭେଣ୍ଟିଲେଟର ତିଆରୀ କରିବାରେ ସଫଳ ହୋଇଛନ୍ତି ।

cheap ventilator
ଷ୍ଟାର୍ଟଅପ୍ କମ୍ପାନୀ ତିଆରୀ କଲା ଶସ୍ତା ଭେଣ୍ଟିଲେଟର
author img

By

Published : Apr 30, 2020, 10:17 AM IST

ଚଣ୍ଡିଗଡ: କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 3 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହି ମହାମାରୀକୁ ଦୃଷ୍ଟିରେ ରଖି ଗୁରୁଗ୍ରାମରେ ଥିବା ଇଲେକ୍ଟ୍ରୋନିକ୍ ଉପକରଣ ତିଆରି କରୁଥିବା ଏକ ଷ୍ଟାର୍ଟଅପ୍ କମ୍ପାନୀ ଏକ ଭେଣ୍ଟିଲେଟର ତିଆରି କରିବାରେ ସଫଳ ହୋଇଛନ୍ତି ।

ଏହି କମ୍ପାନୀ ଅଭିଜ୍ଞ ଏବଂ ଉତ୍କୃଷ୍ଟ ଟିମ୍ କୁ ନେଇ ଏହି ଭେଣ୍ଟିଲେଟର ତିଆରି କରିଛନ୍ତି । ଇଲେକ୍ଟ୍ରୋନିକ୍ ଉପକରଣ ତିଆରି କରୁଥିବା ଏହି କମ୍ପାନୀ କୋରୋନା ରୋଗୀଙ୍କୁ ଦୃଷ୍ଟିରେ ରଖି ଏକ ଅତ୍ୟାଧୁନିକ ଭେଣ୍ଟିଲେଟର ତିଆରି କରିଛନ୍ତି । ଯାହାର ଦାମ କମ ଥିବାବେଳେ ଏହି ଭେଣ୍ଟିଲେଟରର ଅନେକ ବିଶେଷତା ଅଛି । ଏହି ଅତ୍ୟାଧୁନିକ ଭେଣ୍ଟିଲେଟର ପୋର୍ଟେବଲ୍ ଏବଂ ବ୍ୟାଟେରୀ ବ୍ୟାକଅପ୍ ସହିତ ଜଡିତ ।

କମ୍ପାନୀ ମାଲିକ ଆଶିଷଙ୍କ କହିବା ଅନୁଯାୟୀ, ଆମେ ଅପେକ୍ଷା କରିଛୁ ଯେ ଭାରତ ସରକାର ଏହି ଅତ୍ୟାଧୁନିକ ଭେଣ୍ଟିଲେଟର ତିଆରି କରିବାକୁ ଅନୁମତି ଦିଅନ୍ତୁ । ଫଳରେ ଆମେ ଆମର ଉତ୍ପାଦନ ଆରମ୍ଭ କରିପାରିବୁ।

ସମସ୍ତ କୋରୋନା ମାମଲାରେ ଗୋଟିଏ ସମାନତା ପରିଲକ୍ଷିତ ହୋଇଛି ଯେ କୋରୋନା ଜୀବାଣୁ ମାନବ ଶରୀରରେ ଫୁସଫୁସର ସର୍ବାଧିକ କ୍ଷତି ଘଟାଉଛନ୍ତି। ଯାହା ରୋଗୀ ପାଇଁ ଶ୍ୱାସପ୍ରଶ୍ବାସ ନେବାରେ ଅସୁବିଧା ସୃଷ୍ଟି କରିଥାଏ । କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଏହି କମ୍ପାନୀ ପୋର୍ଟେବଲ୍ ଏବଂ ବ୍ୟାଟେରୀ ବ୍ୟାକଅପ୍ ଭେଣ୍ଟିଲେଟରକୁ ମାତ୍ର 30 ହଜାର ମୂଲ୍ୟରେ ତିଆରି କରିଛି। ଏହି ପୋର୍ଟେବଲ୍ ଭେଣ୍ଟିଲେଟର ସମସ୍ତ ରୋଗୀଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣ କରିପାରିବ ।

ସେହିପରି କମ୍ପାନୀ ମାଲିକ ଆଶିଷ ଆଉ ମଧ୍ୟ କହିଛନ୍ତି ଯେ, ଏହି ଭେଣ୍ଟିଲେଟରକୁ ଚଲାଇବା ବହୁତ ସହଜ । ଜଣେ ଶିକ୍ଷିତ ବ୍ୟକ୍ତି 1-2 ଘଣ୍ଟା ଟେନିଙ୍ଗ ନେବାପରେ ଏହି ଭେଣ୍ଟିଲେଟରକୁ ବ୍ୟବହାର କରିବା ଶିଖିଯିବ ।

କମ୍ପାନୀ ସହ ଜଡିତ କିଛି ଅନୁଭବି ଲୋକଙ୍କ କହିବା ଅନୁଯାୟୀ, ଭେଣ୍ଟିଲେଟର ତିଆରି ଏବଂ ବ୍ୟବହାର କରିବା ପାଇଁ ଏହି କମ୍ପାନୀ ଏପର୍ଯ୍ୟନ୍ତ ଭାରତ ସରକାରଙ୍କଠାରୁ ଅନୁମତି ପାଇନାହିଁ, କିନ୍ତୁ ଯଦି ଭାରତ ସରକାର ସେମାନଙ୍କୁ ଅନୁମତି ଦିଅନ୍ତି, ତେବେ ଏହା ନିଶ୍ଚିତ ଭାବରେ ବିଶ୍ୱର ପ୍ରଥମ ଶସ୍ତା ଭେଣ୍ଟିଲେଟର ବୋଲି ପ୍ରମାଣିତ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.