ETV Bharat / bharat

ନୂଆ ମୋଟର ଯାନ ଆଇନ: ଗୁଜୁରାଟରେ କମିଲା ଫାଇନ ରାଶି - gujurat govt reduced penality

ନୂଆ ମୋଟର ଯାନ ଆଇନକୁ ନେଇ ଗୁଜୁରାଟ ସରକାରଙ୍କ ବଡ ଘୋଷଣା । ସରକାର ଫାଇନ ରାଶିକୁ କମାଇଛନ୍ତି । ଏନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଘୋଷଣା କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 11, 2019, 10:38 AM IST

ଗାନ୍ଧୀନଗର: ନୂଆ ମୋଟରଯାନ ଆଇନକୁ ନେଇ ଲୋକେ ଚିନ୍ତିତ ଥିବାବେଳେ ଲୋକଙ୍କୁ ଆଶ୍ବସ୍ତି କଲା ଭଳି ଘୋଷଣା କରିଛନ୍ତି ଗୁଜୁରାଟ ସରକାର । ନୂଆ ମୋଟର ଯାନ ଆଇନ ଉଲ୍ଲଂଘନ କଲେ ଯେଉଁ ମୋଟା ଅଙ୍କର ଜୋରିମାନା ଭରିବାକୁ ପଡୁଥିଲା, ତାକୁ କୋହଳ କରିଛନ୍ତି ସରକାର ।

ଟ୍ରାଫିକ ନିୟମ ଭାଙ୍ଗିଲେ ନୂଆ ମୋଟରଯାନ ଆଇନ ଅନୁସାରେ 10 ହଜାର ଟଙ୍କା ଦେବାକୁ ପଡୁଥିଲା । ଏହାକୁ ହ୍ରାସ କରି 1 ହଜାର ଟଙ୍କା କରିଛନ୍ତି ସରକାର । ସେହିପରି ବିନା ହେଲମେଟରେ ଯାତ୍ରା କରୁଥିବା ଲୋକଙ୍କୁ 1000 ଟଙ୍କା ଫାଇନ ଦେବାକୁ ପଡୁଥିବାବେଳେ ଏହାକୁ 500 ଟଙ୍କା ହ୍ରାସ କରାଯାଇଛି । ସିଟ୍ ବେଲ୍ଟ ପାଇଁ ଫାଇନକୁ 1000 ଟଙ୍କାରୁ କମାଇ 500 ଟଙ୍କା କରାଯାଇଛି ।

ସେହିଭଳି ବିନା ଲାଇସେନ୍ସରେ ଯାତ୍ରା କରୁଥିଲେ 5000 ଟଙ୍କା ଫାଇନ ଆଦାୟ କରାଯାଉଥିବାବେଳେ ଗୁଜୁରାଟରେ ଏହାକୁ ହ୍ରାସ କରାଯାଇ 2 ହଜାର ଟଙ୍କା କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ।

ନିକଟରେ ନୂଆ ନିୟମକୁ ନେଇ ଜନ ଅସନ୍ତୋଷ ବଢିବାରୁ ଓଡିଶା ସରକାର ନୂଆ ମୋଟର ଯାନ ଆଇନକୁ କୋହଳ କରିଛନ୍ତି । ଫଳରେ 3 ମାସ ପର୍ଯ୍ୟନ୍ତ ଲୋକଙ୍କୁ ଲାଇସେନ୍ସ, ଜରୁରିକାଳୀନ କାଗଜପତ୍ର କରିବାକୁ ସରକାର ସମୟ ଦେଇଛନ୍ତି । ସରକାରଙ୍କ ଏହି ଘୋଷଣାକୁ ସ୍ବାଗତ କରିଛନ୍ତି ଲୋକେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.