ଗାନ୍ଧୀନଗର: ଗୁଜରାଟରେ ଜଣେ କଂଗ୍ରେସ ବିଧାୟକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଖବର ଅନୁସାରେ ଜମାଲପୁର ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏନେଇ ବିଧାୟକଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ତେବେ ଏନେଇ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଇଛି । କମିଟି ସଭାପତି ଅମିତ ଚାଭଡା ଏହି ଖବର ଦେଇ କହିଛନ୍ତି ଯେ ଜଣେ କଂଗ୍ରେସ ବିଧାୟକ କୋରୋନା ଆକ୍ରାନ୍ତ ଅଛନ୍ତି । ତେବେ ଉକ୍ତ ଆକ୍ରାନ୍ତଙ୍କ ନାମ ସେ ସ୍ପଷ୍ଟ କରିନଥିଲେ ।
ଖବର ଅନୁସାରେ ଜମାଲପୁର କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲା କୋରୋନା ଆକ୍ରାନ୍ତ ଅଛନ୍ତି । ଇମ୍ରାନଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ମଙ୍ଗଳବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ତେବେ ଏନେଇ କୌଣସି ସରକାରୀ ସୂଚନା ମିଳିନାହିଁ ।
ସୌଜନ୍ୟ@ANI